ଖୋର୍ଦ୍ଧା : ଜଙ୍ଗଲୀ ଦନ୍ତା ହାତୀ ଏବେ ଜନବସତି ମୁହାଁ, ଧୀରେ ଧୀରେ ଜଙ୍ଗଲ କ୍ଷୟ ,ଖାଦ୍ୟ ଅଭାବ ଦେଖାଦେଉଥିବା ଫଳରେ ହାତୀ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଅନେକ ସ୍ଥାନରେ ହାତୀମନେ ବିଚାରଣ କରୁଛନ୍ତି । ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ଆଉ ସହର ମୁହାଁ ହେଉଛନ୍ତି ।
ବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ
ଜଙ୍ଗଲୀ ଦନ୍ତା ହାତୀ ଏବେ ଜନବସତି ମୁହାଁ । ଧୀରେଧୀରେ ଜଙ୍ଗଲ କ୍ଷୟ, ଖାଦ୍ୟ ଅଭାବ ଦେଖାଦେଉଥିବା ଫଳରେ ହାତୀମାନେ ଗାଁମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ବେଗୁନିଆରେ ଜଙ୍ଗଲୀ ଦନ୍ତା, ଲୋକେ ଆତଙ୍କିତ
ସେହିପରି ଆଜି ବାଘମାରୀ-ବେଗୁନିଆ ରାସ୍ତା ନିକଟବର୍ତ୍ତୀ ଅଞ୍ଚଳରେ ଏକ ଜଙ୍ଗଲୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ସନ୍ଧାନରେ ବେଗୁନିଆ ନିକଟ ନାଳ ପାଖ ଜମିରେ ବୁଲୁଥିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଖବର ଦେବାପରେ ବନ ବିଭାଗ ପହଁଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ ଦନ୍ତାକୁ ଘଉଡାଉଛି ।
ଇଟିଭି ଭାରତ, ଖୋର୍ଦ୍ଧା