ଭୁବନେଶ୍ବର:ନନ୍ଦନକାନନରେ ହାତୀ 'ପ୍ରେମା' ଅସୁସ୍ଥ । 68 ବର୍ଷ ବୟସ୍କା ମାଈ ହାତୀ 'ପ୍ରେମା' ଆର୍ଥ୍ରାଇଟିସ୍ ସହିତ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଛି । ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । OUATର ଏକ ଟିମ୍, ନନ୍ଦନକାନନ ଏବଂ ବିଶେଷଜ୍ଞମାନେ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛି । ଅସୁସ୍ଥ ବାସନ୍ତୀ ହାତୀର ବୟସ 59 ହୋଇଥିବାବେଳେ ପ୍ରେମାର ବୟସ 68ବର୍ଷ । ଉଭୟେ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ । ତେବେ ପ୍ରେମା ଅଧିକ ଅସୁସ୍ଥ ହୋଇ ପଡିଥିବା ଜଣାପଡ଼ିଛି । ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । OUAT ବିଶେଷଜ୍ଞ ଦଳ ଚିକିତ୍ସା କରୁଥିବା ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ପ୍ରେମାକୁ 21 ବର୍ଷ ହୋଇଥିବା ବେଳେ ତାମିଲନାଡୁର ଭନ୍ଦାଲୁର ଅଭୟାରଣ୍ୟରୁ ଅଣାଯାଇଥିଲା ।