ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ। ଗୋଡା ଗ୍ରାମରେ 2ଟି ଜଙ୍ଗଲୀ ହାତୀ ପଶି ଖଳାରେ ଥୁଆ ହୋଇଥିବା 50 ବସ୍ତା ଧାନ ଖାଇଛନ୍ତି । ଏହାସହ ବଳକା ଧାନକୁ ଖଳାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ଗୋଡ଼ାରେ ହାତୀ ଉପଦ୍ରବ, ଖାଇଲେ 50 ବସ୍ତା ଧାନ
ଜଙ୍ଗଲ ଛାଡି ଜନବସତି ମୁହାଁ ହାତୀ । କେଉଁଠି ଫସଲ ନଷ୍ଟ କରୁଛନ୍ତି ତ କେଉଁଠି ଲୋକଙ୍କୁ ଦଳି ଚକଟି ମାରୁଛନ୍ତି । ଗତକାଲି ରାତିରେ ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମରେ 2ଟି ଜଙ୍ଗଲୀ ହାତୀ ପଶି 50 ବସ୍ତା ଧାନ ଖାଇଛନ୍ତି । ଅଧିକ ପଢନ୍ତୁ ...
ଗୋଡ଼ାରେ ହାତୀ ଉପଦ୍ରବ, ଖାଇଲେ 50 ବସ୍ତା ଧାନ
ଗତକାଲି ରାତିରେ ଗୋଡ଼ା ଗ୍ରାମରେ 2 ହାତୀ ବନ୍ଧୁ ସୁନ୍ଦରାୟଙ୍କ ପାଚେରୀ ଭାଙ୍ଗି ବାଡ଼ିରେ ପଶିଥିଲେ । ଧାନ ଖାଇବା ସହ ଧାନ ନଷ୍ଟ କରିଥିବା ନେଇ ବନ୍ଧୁ ସୁନ୍ଦରାୟ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ବନ କର୍ମଚାରୀ ଗାଁରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ହାତୀ ଘଉଡେଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏବେ ଧାନ ଅମଳ ସମୟ ହୋଇଥିବାରୁ ଗାଁକୁ ହାତୀ ପଶି ଆସି ଏପରି ଉପଦ୍ରବ ଘଟାଉଥିବା ହେତୁ ଗ୍ରାମବାସୀ ଚିନ୍ତାରେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ