ଖୋର୍ଦ୍ଧା: ଦନ୍ତା ହାତୀର ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ରାମେଶ୍ବର ଛକ ନିକଟ ମନ୍ଦାକିନୀ ନଦୀ କୂଳରେ ଶୁକ୍ରବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି ।
ଦନ୍ତା ହାତୀ ମୃତ, କାରଣ ଅସ୍ପଷ୍ଟ - ଖୋର୍ଦ୍ଧାରେ ଦନ୍ତା ହାତୀର ମୃତଦେହ ଉଦ୍ଧାର
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ରାମେଶ୍ବର ଛକ ନିକଟ ମନ୍ଦାକିନୀ ନଦୀ କୂଳରୁ ଉଦ୍ଧାର ହୋଇଛି ଦନ୍ତା ହାତୀର ମୃତଦେହ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ତେବେ ଗତ ଗୁରୁବାର ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଖୋର୍ଦ୍ଧା ବନବିଭାଗ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ