ଓଡିଶା

odisha

ETV Bharat / state

ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, କ୍ଷତିପୂରଣ ଦାବି କଲେ ଚାଷୀ - ବେଗୁନିଆ ବ୍ଲକ ହାତୀ ଉପଦ୍ରବ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ହାତୀ ଉପଦ୍ରବ । ଫସଲ ଅମଳ ସମୟରେ ହାତୀ ପୋଲ ପଶି ନଷ୍ଟ କରୁଛନ୍ତି । ହାତୀ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ କୌଣସି ଉଦ୍ୟମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, କ୍ଷତିପୂରଣ ଦାବି କଲେ ଚାଷୀ
ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, କ୍ଷତିପୂରଣ ଦାବି କଲେ ଚାଷୀ

By

Published : Nov 3, 2020, 3:57 AM IST

ଖୋର୍ଦ୍ଧା : ହାତୀ ଉପଦ୍ରବ , ହାତୀ ପାଇଁ ରାତି ଅନିଦ୍ରା ହେଉଛନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଡା ଅଞ୍ଚଳରେ ।

ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, କ୍ଷତିପୂରଣ ଦାବି କଲେ ଚାଷୀ

ପ୍ରତିଦିନ ହାତୀପୋଲ ଖାଦ୍ୟ ଅନ୍ବେଷଣରେ ଆସି ପାଚିଲା ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଏ ନେଇ ଚାଷୀ ଗୌତମ ପାଇକରାୟ, ହେମ ପାଇକରାୟ,ଗୁଣନିଧି ଖୁଣ୍ଟିଆ, ଅଜୟ ଖୁଣ୍ଟିଆ, ହଟକେଶ୍ଵର ପାଇକରାୟ, ବିଦ୍ୟାଧର ଚମ୍ପତି ଓ ତ୍ରୈଲୋକ୍ୟ ପାଇକରାୟ ପ୍ରମୁଖ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

ଧାନ ଅମଳ ସମୟରେ ହତୀ ପୋଲ ପଶି ଚାଷକୁ ନଷ୍ଟ କରୁଥିବାରୁ ଚାଷୀ ଏବେ ଚିନ୍ତାରେ । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details