ଖୋର୍ଦ୍ଧା: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ । ଦନ୍ତା ଆକ୍ରମଣର ଶୀକାର ହୋଇଛନ୍ତି ଦମ୍ପତି । ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।
ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର - elephant attack in khurdha
ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି । ଗୁରୁତର ଅବସ୍ଥାରେ ଉଭୟଙଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...
![ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର _elephant attack in khurdha](https://etvbharatimages.akamaized.net/etvbharat/prod-images/768-512-6406179-thumbnail-3x2-elephant.jpg)
ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର
ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର
ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଇବାକୁ ଯାଇଥିଲେ । 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟଙ୍କୁ ଶୁଣ୍ଢରେ କଚାଡି ଫୋପାଡି ଦେଇଥିବା ଜଣା ପଡ଼ିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ