ଓଡିଶା

odisha

ETV Bharat / state

ଅଥୟ କଲା ଋଣ ଭାର, ଜୀବନ ହାରିଲେ ଦମ୍ପତି - ଦମ୍ପତିଙ୍କ ଆତ୍ମହତ୍ୟା

ଋଣ ଭାର ହେଲା କାଳ । ସୁଝି ପାରିଲେ ନାହିଁ ଋଣ । ଫାଇନାନ୍ସ କମ୍ପାନୀ ଚାପ ସହିପାରିଲେ ନାହିଁ ଋଣ ଭାର ପାଇଁ ଦମ୍ପତି ଜୀବନ ହାରିଥିଲା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଋଣ ସୁଝି ନପାରି ଜୀବନ ହାରିଲେ ଦମ୍ପତି
elderly couple ends life failed to repay loan

By

Published : Jul 2, 2023, 1:32 PM IST

ଜୀବନ ହାରିଲେ ଦମ୍ପତି

ଖୋର୍ଦ୍ଧା:ଋଣ ଭାର ହେଲା କାଳ । ଋଣ ସୁଝି ନପାରି ଚରମ ନିଷ୍ପତ୍ତି ନେଲେ ଦମ୍ପତି । ଏପରି ଦୁଃଖଦ ଖବର ଆସିଛି ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡି ଗ୍ରାମରୁ । ଋଣ ସୁଝି ନପାରିବାରୁ ଜୀବନ ହାରିଛନ୍ତି ଦମ୍ପତି । ଅଁଳାଯୋଡି ଗ୍ରାମର ବାନାମ୍ବର ବେହେରା ଓ ପତ୍ନୀ ବନିତା ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ । ଋଣ ଭାର ବି ବଢିଯାଇଥିଲା । ସଠିକ ସମୟରେ ଋଣ ସୁଝି ପାରି ନଥିଲେ ବାନାମ୍ବର ବେହେରା ।

ଲଗାତାର ଭାବରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆସି ବାନାମ୍ବରଙ୍କ ଦୁଆରେ ଟଙ୍କା ମାଗୁଥିଲେ । ଫାଇନାନ୍ସ କମ୍ପଚାରୀ ଦମ୍ପତିଙ୍କୁ ଗାଳିଗୁଲଜ ଓ ଅପମାନିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଟଙ୍କା ଦେବାରେ ଅସମର୍ଥ ବାନାମ୍ବର ଭାରାକ୍ରାନ୍ତ ହୋଇ ପଡିଥିଲେ । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଓ ପଡୋଶୀ । ଫାଇନାନ୍ସ କମ୍ପାନୀର ଜୁଲମରେ ଅତିଷ୍ଠ ହୋଇ ଦମ୍ପତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି ।

ପୋଲିସ ଦମ୍ପତିଙ୍କ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଥିଲେ ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁ ଗାଁରେ ଛତୁ ଫୁଟିଲା ପରି ଫାଇନାନ୍ସ କମ୍ପାନୀ ଗୁଡିକ ଆସି ଅର୍ଥ ଲଗାଉଛନ୍ତି । ଅର୍ଥ ଆଦାୟ ବେଳେ ଦୁଆର ଦୁଆର ବୁଲି ଜୁଲୁମ କରୁଥିବାର ଅଭିଯୋଗ ହୋଇଛି । ଏହି କମ୍ପାନୀ ଗୁଡିକ କମ ସୁଧରେ ବ୍ୟାଙ୍କ ମାନଙ୍କରୁ ଟଙ୍କା ଆଣି ଉଚ୍ଚ ସୁଧ ହାରରେ ଲଗାଣ କରି ଲୋକଙ୍କୁ ଶୋଷୁଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଦମ୍ପତି ମୃତ

ଏହା ବି ପଢନ୍ତୁ...ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ, ଓଡ଼ିଆ ଦମ୍ପତିଙ୍କ ସମେତ ୮ ପର୍ଯ୍ୟଟକ ମୃତ

ବିଭିନ୍ନ ଅସୁବିଧାରେ ପଡି ଲୋକେ ଏହି କମ୍ପାନୀ ଗୁଡିକର ଦ୍ୱାରସ୍ତ ହେଉଛନ୍ତି ଅର୍ଥ ବି ଆଣୁଛନ୍ତି । ବ୍ୟବସାୟ ହେଉ ଅବା କୃଷି କାର୍ଯ୍ୟରେ ନିବେଶ କରୁଥିବା ଦେଖିବାକୁ ମିଳୁଛି । ଯଦି ବ୍ୟବସାୟ କିମ୍ବା ଚାଷରେ କ୍ଷତି ହେଉଛି ତେବେ ଖିଲାପି ହେଉଛନ୍ତି ଉପଭୋକ୍ତା । ଆଉ ଏହାର ସୁଯୋଗ ନେଇ ଜୁଲୁମ କରିବା ଆରମ୍ଭ କରିଦେଉଛି ଫାଇନାନ୍ସ କମ୍ପାନୀ ଗୁଡିକ । ଯାହାର ପରିଣତି ଅଁଳାଯୋଡିର ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଏହି ଦମ୍ପତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details