ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ଅଣ୍ଡା ଚାଷୀଙ୍କ ଧାରଣା, ଅଟକିଛି ଆନ୍ଧ୍ର ଅଣ୍ଡା ଟ୍ରକ୍‌ - ତେଜିଲା ଅଣ୍ଡା ଚାଷୀଙ୍କ ଆନ୍ଦୋଳନ

ତେଜିଲା ଅଣ୍ଡା ଚାଷୀଙ୍କ ଆନ୍ଦୋଳନ । ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡା ଛକ ନିକଟରେ ଅଣ୍ଡା ଚାଷୀ ଧାରଣା ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଅଣ୍ଡା ଚାଷୀଙ୍କ ଧାରଣା, ଅଟକିଛି ଆନ୍ଧ୍ର ଅଣ୍ଡା ଟ୍ରକ
ଖୋର୍ଦ୍ଧାରେ ଅଣ୍ଡା ଚାଷୀଙ୍କ ଧାରଣା, ଅଟକିଛି ଆନ୍ଧ୍ର ଅଣ୍ଡା ଟ୍ରକ

By

Published : Apr 26, 2022, 5:08 PM IST

ଖୋର୍ଦ୍ଧା: ତେଜିଲା ଅଣ୍ଡା ଚାଷୀଙ୍କ ଆନ୍ଦୋଳନ । ଦାବି ସରକାର ନ ଶୁଣିବାରୁ ବାଧ୍ୟ ହୋଇ ଆଜି ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗପଡା ଛକ ନିକଟରେ ଅଣ୍ଡା ଚାଷୀ ଧାରଣା ଦେଇଛନ୍ତି ।ଆନ୍ଧ୍ରରୁ ଆସୁଥିବା ସମସ୍ତ ଅଣ୍ଡା ବୋଝେଇ ଟ୍ରକକୁ ଆନ୍ଦୋଳନରତ ଚାଷୀ ଅଟକାଇ ରଖିଛନ୍ତି ।

ଖୋର୍ଦ୍ଧାରେ ଅଣ୍ଡା ଚାଷୀଙ୍କ ଧାରଣା, ଅଟକିଛି ଆନ୍ଧ୍ର ଅଣ୍ଡା ଟ୍ରକ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଣ୍ଡା ଦିଆ କୁକୁଡା ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଣ୍ଡା ଉତ୍ପାଦନ ଯଥେଷ୍ଟ ସ୍ବାଭାବିକ ଥିବାବେଳେ, ଦର କମ ଥିବା ଅଭିଯୋଗ ହୋଇଛି । ପ୍ରତି ଅଣ୍ଡା ପିଛା ଦର ୪.୭୫ ପଇସା ରହିଥିବା ବେଳେ ଏନଇସିସି ଏହି ଦର ଧାର୍ଯ୍ୟ କରିଛି । ଦର ଯଥେଷ୍ଟ କମ ଥିବାରୁ ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା କହିଛନ୍ତି ।

ସେହିଭଳି ଗଞ୍ଜାମ ଜିଲ୍ଲାର ତିନୋଟି ଫାର୍ମ ଏହି କ୍ଷତି ଯୋଗୁଁ ଦେବାଳିଆ ହୋଇ ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details