ଓଡିଶା

odisha

By

Published : Dec 11, 2022, 10:33 AM IST

ETV Bharat / state

ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିବା ନେଇ ଅନୁମତି, ଅଦରକାରୀ ପ୍ରସ୍ତାବ କହିଲେ ଶିକ୍ଷାବିତ

ରାଜ୍ୟରେ ଏଣିକି ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ନିଷ୍ପତି ନେଇଛି । ତେବେ ଏହାକୁ ଏକ ଅଦରକାରୀ ପ୍ରସ୍ତାବ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ ଆରଏନ ପଣ୍ଡା । ଅଧିକ ପଢ଼ନ୍ତୁ

ରାଜ୍ୟରେ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିବା ନେଇ ଅନୁମତି, ଅଦରକାରୀ ପ୍ରସ୍ତାବ କହିଲେ ଶିକ୍ଷାବିତ
ରାଜ୍ୟରେ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିବା ନେଇ ଅନୁମତି, ଅଦରକାରୀ ପ୍ରସ୍ତାବ କହିଲେ ଶିକ୍ଷାବିତ

ରାଜ୍ୟରେ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିବା ନେଇ ଅନୁମତି, ଅଦରକାରୀ ପ୍ରସ୍ତାବ କହିଲେ ଶିକ୍ଷାବିତ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ରାଜ୍ୟରେ ଏଣିକି ଖୋଲିପାରିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ । ଏହା ସହ ପୂର୍ବରୁ ବନ୍ଦ ଥିବା ସେଲ୍ଫ ଫାଇନାନ୍ସିଂ କୋର୍ସକୁ କିନ୍ତୁ ଉଠାଇଦେଇଛି ବିଭାଗ । ଗତ ମାସ ୯ ତାରିଖରେ ଏନେଇ ବସିଥିଲା ଏକ ହାଇ ପାୱାର କମିଟି ବୈଠକ । ଯେଉଁ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଘରୋଇ କଲେଜ ଖୋଲିବା ନିଷ୍ପତ୍ତିକୁ ଏକ ଅଦରକାରୀ ପ୍ରସ୍ତାବ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ ଆରଏନ ପଣ୍ଡା ।

ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୩ ଜଣ ସଦସ୍ୟ ଓ ଜଣେ ଆବାହକ ରହିଥିଲେ । ସଦସ୍ୟଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସଙ୍କ ଭଳି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଏବଂ ବିଭିନ୍ନ ଜିଲ୍ଲାର ଆଞ୍ଚଳିକ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ସ୍ଥାନୀୟ ଅଞ୍ଚଳର ଶିକ୍ଷା ଆବଶ୍ୟକତାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିପାରିବ ବୋଲି ଏହି କମିଟି ନିଷ୍ପତ୍ତି ନେଇଛି । ପୂର୍ବରୁ ଘରୋଇ କଲେଜର ଅହେତୁକ ପ୍ରାଦୁର୍ଭାବ ରହିଥିଲା । ଏହାକୁ ରୋକିବା ପାଇଁ ନୂଆ ଘରୋଇ କଲେଜ ନଖୋଲିବା ପାଇଁ ୫ ବର୍ଷୀୟା କଟକଣା ଲଗାଇଥିଲେ ରାଜ୍ୟ ସରକାର । ସେହିପରି ଆବଶ୍ୟକସ୍ଥଳେ ନୂଆ କୋର୍ସ ବି ସାମିଲ କରାଯାଇପାରିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଯାହା ଦ୍ବାରା ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି କହିଛନ୍ତି ହାଇ ପାୱାର କମିଟି ସଦସ୍ୟ ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ଶିକ୍ଷାବିତ ଆରଏନ ପଣ୍ଡା । ସେ କହିଛନ୍ତି, "ସରକାରଙ୍କର ଘରୋଇ କଲେଜ ଖୋଲିବା ପାଇଁ ୫ ବର୍ଷ କଟକଣା ଥିଲା । ତାହା ଏବେ ବଦଳିଯାଇଛି । ଏବେ ଘରୋଇ କଲେଜ ଖୋଲାଯାଇପାରିବ ବୋଲି ଘୋଷଣା କରାଯାଇଛି । ଏହା ଏକ ଅଦରକାରୀ ପ୍ରସ୍ତାବ ବୋଲି କୁହାଯାଇପାରିବ । ସରକାର ଯଦି ଚାହୁଁଛନ୍ତି ତେବେ ସରକାରୀ କଲେଜ ଉପରେ ଦୃଷ୍ଟି ଦିଅନ୍ତୁ । ଯାହା ଫଳରେ ପିଲାମାନେ ଅଧିକରୁ ଅଧିକ ପାଠ ପଢିବା ଲାଗି ଆଗେଇ ଆସିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details