ଓଡିଶା

odisha

By

Published : Apr 18, 2023, 4:56 PM IST

ETV Bharat / state

ଚାର୍ଜସିଟ ଫାଇଲ କରିବ ଇଡି, ବଢିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଅଡୁଆ !

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଇଡି ଫାଇଲ କରିବାକୁ ଯାଉଛି ଚାର୍ଜସିଟ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଖରେ ଫେୟାର ଓ ଅନଫେୟାର ବାଟରେ କେତେ ଟଙ୍କା ରହିଥିଲା, ମନି ସର୍କୁଲେସନ ଆକ୍ଟରେ ଏସବୁର ତଦନ୍ତ କରି ଚାର୍ଜସିଟ ଫାଇଲ କରିବ ଇଡି । ତେବେ ଡକୁମେଣ୍ଟାରୀ ଏଭିଡେନ୍ସ ରହିଥିବାରୁ ଏଥିରୁ ଅର୍ଚ୍ଚନା ଖସି ପାରିବେନି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି । ଅଧିକ ପଢ଼ନ୍ତୁ

ଚାର୍ଜସିଟ ଫାଇଲ କରିବ ଇଡି
ଚାର୍ଜସିଟ ଫାଇଲ କରିବ ଇଡି

ଚାର୍ଜସିଟ ଫାଇଲ କରିବ ଇଡି

ଭୁବନେଶ୍ବର: ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କର ଅଡୁଆ ବଢିପାରେ । କାରଣ ଇଡି ଫାଇଲ କରିବାକୁ ଯାଉଛି ଚାର୍ଜସିଟ । ହାଇ ପ୍ରୋଫାଇଲ ରାଜନେତା, ବ୍ୟବସାୟୀ ତଥା ସିନେ ପ୍ରଯୋଜକଙ୍କୁ ନିଜ ଜାଲରେ ଫସାଇ ବିବାଦକୁ ଆସିଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଅର୍ଚ୍ଚନାଙ୍କ ବଙ୍ଗଳା କେମିତି ତିଆରି ହେଲା, ଏହାର ଇଣ୍ଟେରିୟରରେ ଖର୍ଚ୍ଚ ହୋଇଥିବା ଅର୍ଥ କୁଆଡୁ ଆସିଲା, କେଉଁ ଟଙ୍କାରେ ଘୋଡା କିଣା ହୋଇଥିଲା, ଏକାଧିକ ଦାମୀ ଗାଡି ପାଇଁ କିଏ ଦେଇଥିଲା ଟଙ୍କା, ଫେୟାର ଓ ଅନଫେୟାର ବାଟରେ କେତେ ଟଙ୍କା ଥିଲା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାଖରେ, ମନି ସର୍କୁଲେସନ ଆକ୍ଟରେ ଏସବୁର ତଦନ୍ତ କରି ଚାର୍ଜସିଟ ଫାଇଲ କରିବ ଇଡି ।

ତେବେ ଓରାଲ ନୁହେଁ, ଡକୁମେଣ୍ଟାରୀ ଏଭିଡେନ୍ସ ରହିଥିବାରୁ ଇଡିର ଚାର୍ଜସିଟ ଶକ୍ତ ହେବାକୁ ଯାଉଛି । ଯାହାକି ଅର୍ଚ୍ଚନାଙ୍କ ଅଡୁଆକୁ ବଢାଇପାରେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି । ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସବୁ ଦିଗକୁ ନେଇ ତଦନ୍ତ କରୁଛି । କେଉଁ କେଉଁ ରାଜନେତାମାନେ ଏହି କେଳେଙ୍କାରୀରେ ଲିପ୍ତ ଅଛନ୍ତି ତାର ତଥ୍ୟ ଲାଗିଛି ଇଡି ହାତରେ । ଅର୍ଚ୍ଚନାଙ୍କ ଲିଙ୍କରେ ଥିବା କିଛି ବଡ଼ ବଡ଼ ବ୍ୟବସାୟୀଙ୍କ ସୁରାକ ମଧ୍ୟ ଇଡି ହାତରେ ଲାଗିଛି । ପୋଲିସ ହାତରେ ଲାଗିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ କରୁଛି ଇଡି । ତେବେ ସବୁଠାରୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ କେଉଁ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଆସିଛି, ଏହି ଟଙ୍କା କେଉଁଠୁ ଆସିଛି, ଅନୈତିକ ଭାବେ କେତେ ଟଙ୍କା ଆସିଛି, କେଉଁ କେଉଁ ମାନେ ଏହି ଟଙ୍କା ପଠାଇଛନ୍ତି, ମନି ଟ୍ରାଞ୍ଜାକସନର ସୋର୍ସ କଣ ରହିଛି, ଏସବୁ ତଥ୍ୟ ଖୋଳତାଡ କରୁଛି ଇଡି । ଏନେଇ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, "ଇଡି ଫାଇଲ କରିବାକୁ ଥିବା ଚାର୍ଜସିଟରେ ଏହି ମନି ଟ୍ରାଞ୍ଜାକସନର ଡକୁମେଣ୍ଟାରୀ ଏଭିଡେନ୍ସ ରହିବ । ଯାହାକି ଅର୍ଚ୍ଚନା ମାମଲାକୁ ଅଧିକ ଶକ୍ତ କରିପାରେ । ଆଇପିସିରୁ ହୁଏତ ଅର୍ଚ୍ଚନା ଖସି ଯାଇପାରନ୍ତି, କିନ୍ତୁ ମନି ସର୍କୁଲେସନ ଆକ୍ଟରେ ହେବାକୁ ଥିବା ମାମଲାରେ ଖସିବା ଅର୍ଚ୍ଚନାଙ୍କ ପାଇଁ କାଠିକର ପାଠ ହୋଇପାରେ ।"

ତେବେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ପୂର୍ବରୁ ଜାମିନ ମିଳିସାରିଛି । ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ତଦନ୍ତରେ ସହଯୋଗ କରିବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ଅନ୍ୟ ମାମଲାର ବିଚାର ଚାଲିଥିବାରୁ ସେ ଏବେ ମଧ୍ୟ ଜେଲରେ ଅଛନ୍ତି । ଅନ୍ୟପଟେ ଇଡି ଏବେ ମନି ଲଣ୍ଡରିଂ ଆକ୍ଟରେ କେସ କରି ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details