ଓଡିଶା

odisha

ମୁହାଁମୁହିଁ ହେବେ ନାଗ ଦମ୍ପତି, ୯ ଦିନିଆ ରିମାଣ୍ଡରେ ଜଗବନ୍ଧୁଙ୍କୁ ନେଲା ଇଡି

By

Published : Dec 14, 2022, 1:37 PM IST

Updated : Dec 14, 2022, 2:09 PM IST

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରୁ ନେଲା ଇଡି । ଅର୍ଚ୍ଚନାଙ୍କୁ ୬ଦିନ ଓ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ଅଧିକ ପଢନ୍ତୁ

ମୁହାଁମୁହିଁ ହେବେ ନାଗ ଦମ୍ପତି
ମୁହାଁମୁହିଁ ହେବେ ନାଗ ଦମ୍ପତି

ମୁହାଁମୁହିଁ ହେବେ ନାଗ ଦମ୍ପତି

ଭୁବନେଶ୍ବର:ହାଇପ୍ରୋଫାଇଲ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା (Archana Nag Case)। ହନିଟ୍ରାପ ଲିଙ୍କରେ ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଏନେଇ ସ୍ବାମୀ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଲା ଇଡି ।

ଏହା ମଧ୍ୟ ପଢନ୍ତୁ: EDରେ ଆକାଶ ପାଠକ, ଠକେଇ ମାମଲାର ଖୋଜାପଡିଛି ଆର୍ଥିକ କାରବାର

ଝାରପଡ଼ା ଜେଲରୁ ପୋଲିସ ଏସକର୍ଟରେ ଆଣି କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଆଜିଠୁ ୯ଦିନ ପର୍ଯ୍ୟନ୍ତ ଇଡି କାର୍ଯ୍ୟାଳୟରେ ଜଗବନ୍ଧୁକୁ ପଚରାଉଚରା କରିବ ଇଡି । ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସହ ସ୍ବାମୀ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ତେବେ ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ମୋବାଇଲ ଯାହା ପୂର୍ବରୁ ଜବତ କରିଥିଲା ପୋଲିସ ଷ୍ଟେଟ ଫରେନସିକଠୁ ଆଣି ତଦନ୍ତ କରିପାରେ ବୋଲି ସୂଚନା ରହିଛି ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳିକୁ ହାଇକୋର୍ଟରୁ ମିଳିଛି ଝଟକା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ କରିଥିଲେ । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 14, 2022, 2:09 PM IST

ABOUT THE AUTHOR

...view details