ଓଡିଶା

odisha

By

Published : Apr 27, 2023, 7:52 AM IST

ETV Bharat / state

ଗୋଲ୍ଡେନ ବାବାଙ୍କ ଅଡି ଗାଡି ଜବତ କଲା ଇଡି

ଜବତ ହେଲା ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଅଡି କାର । ବାବା ଜ୍ୟୋତି ରଞ୍ଜନ ଫେରାର । ଅଧିକ ପଢନ୍ତୁ

ଗୋଲ୍ଡେନ ବାବାଙ୍କ ଅଡି ଗାଡି ସିଜ୍
ଗୋଲ୍ଡେନ ବାବାଙ୍କ ଅଡି ଗାଡି ସିଜ୍

ଗୋଲ୍ଡେନ ବାବାଙ୍କ ଅଡି ଗାଡି ସିଜ୍

ଭୁବନେଶ୍ବର:ଓଡ଼ିଶାର ବହୁ ଚର୍ଚ୍ଚିତ ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରା ପୁଣି ଚର୍ଚ୍ଚାରେ । ଗତକାଲି(ବୁଧବାର) ଇଡି ଚାଙ୍କର ଏକ ଚାରିଚକିଆ ଦାମି କାର ଅଡି Q5 ଗାଡି (OD05L1000)କୁ ଜବତ କରିଛି । ଭୁବନେଶ୍ବରର ସିଆରପି ଛକରୁ ଗାଡିକୁ ଜବତ କରିଛି ଇଡି । କିନ୍ତୁ ଗୋଲ୍ଡେନ ବାବା ଫେରାର ହୋଇଯାଇଥିବା ସୂଚନା ରହିଛି ।

ଖବର ଅନୁସାରେ, ମନି ଲଣ୍ଡରି ମାମଲାରେ ଗୋଲ୍ଡେନ ବାବାଙ୍କ ଆର୍ଥିକ କେଳେଙ୍କାରୀର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଏନେଇ ତାଙ୍କର ଏହି ଗାଡିଟି ସିଆରପି ସ୍ଥିତି ଆଇଆରସି ଭିଲେଜ ରାସ୍ତାର ଏକ କଡ଼ରେ ରଖାଯାଇଥିବା ବେଳେ ଖବର ପାଇ ବୁଧବାର ଦିନ ପହଞ୍ଚିଥିଲେ ଇଡିର ଅଧିକାରୀ । ଏନେଇ ଗାଡ଼ିର ନମ୍ୱର ଓ ସୂଚନାକୁ ଆଧାର କରି ଗାଡ଼ିକୁ ନିଜ ହେପାଜତକୁ ନେଇଛନ୍ତି । ଜବତ ଗାଡିର ଦାମ ୬୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।

ଜମି ଦେବା ନାଁରେ ସାଢେ଼ ୫କୋଟି ଠକେଇ କରିଥିବାର ଅଭିଯୋଗରେ ପୂର୍ବରୁ ଗୋଲ୍ଡେନ ବାବାକୁ ଗିରଫ କରିଥିଲା ଇଓଡବ୍ଲୁ । ୨୦୨୦ ମସିହାରେ ସେ ଗିରଫ ହୋଇଥିଲେ । ପରେ ବେଲରେ ଆସିବା ପରେ ଫେରାର ହୋଇଯାଇଥିଲେ ବାବା । ଏନେଇ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ଫଟୋ ଜାରି କରାଯାଇଥିଲା । ଏହାସହ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଥିଲା । ତେବେ ପରେ ମନିଲଣ୍ଡରିଂ କେସର ତଦନ୍ତ ଆରମ୍ଭ କରିଥିଲା ଇଡି । ତେବେ ତାଙ୍କୁ ଧରିବା ପାଇଁ ଟ୍ରାକ କରୁଥିବା ବେଳେ ଗତକାଲି ତାଙ୍କ ଦାମୀ ଅଡି କାରର ଖବର ପାଇଥିଲା । ସିଆରପି ଛକରୁ ଗାଡିକୁ ଜବତ କରିବା ପରେ ସିଜ କରାଯାଇଛି ।

ତାଙ୍କ ନାମରେ ଥିଲା ଏହି ମାମଲା:କେନ୍ଦୁଝର ବଡବିଲରର ଜଣେ ବ୍ୟବସାୟୀଙ୍କୁ ୧୧୦କୋଟି ଟଙ୍କାର ଫାଇନାନ୍ସ କରାଇଦେବା କହି ଗୋଲ୍ଡେନ ବାବା ୧୧ଟି ଚେକ୍ ନେଇଥିବାର ଅଭିଯୋଗ ରହିଥିଲା । ଚେକ୍ ତାରିଖ ୨୦୨୮ର ଥିଲା ହେଲେ ତାକୁ ବଦଳାଇ ୨୦୧୮ତାରିଖ କରି ୧୨କୋଟିର ଜାଲିଆତି କରିଥିବା ଅଭିଯୋଗରେ ୨୦୧୯ ଜାନୁଆରୀ ୧ ତାରିଖରେ ତାଙ୍କୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାପରେ ଗୋଟିଏ ପରେ କେଳେଙ୍କାରୀ ଗୁମର ସାମ୍ନାକୁ ଆସିଥିଲା ।

ଠକେଇ, ଚେକ୍ ବାଉନ୍ସ, ଜମି ଜାଲିଆତି ଭଳି ୧୯ ମାମଲାରେ ଜଡିତ ଥିବା ଜଣାପଡିଥିଲା । ପ୍ରଥମେ ଭୁବନେଶ୍ବର ନିଳାଦ୍ରି ବିହାରରେ ରହୁଥିବା ବେଳେ କେଳେଙ୍କାରୀ ଗୁମର ସାମ୍ନାକୁ ଆସିବା ପରେ ଫେରାର ହୋଇ ଦିଲ୍ଲୀରେ ରହୁଥିଲା । ତେବେ ସବୁଠାରୁ ବଡ କଥା ହେଲା ନିର୍ବାଚନର ସ୍ବପ୍ନ ଦେଖିଥିଲେ ଗୋଲ୍ଡେନ ବାବା । ଉତ୍ତର ନିର୍ବାଚନ ମଣ୍ଡଳୀରେ ସଭାସମିତି କରି ସମାଜସେବା କାମ କରୁଥିଲା । ହେଲେ ଗୁମର ଫିଟିବାରୁ ଅଧାରେ ରହିଯାଇଥିଲା ସ୍ବପ୍ନ । ତେବେ ଅନେକ ସମୟରେ ବେକରେ ପୁଳା ପୁଳା ସୁନା ପକାଉଥିବାରୁ ତାକୁ ଗୋଲ୍ଡେନ ବାବା ଭାବେ ବେଶ ପରିଚିତ ହୋଇଥିଲା । ସେ ଏବେ ଫେରାର ଥିବା ବେଳେ ଉଭୟ ଇଡି ଓ ଇଓଡବ୍ଲୁ ମଧ୍ୟ ତାଙ୍କୁ ଖୋଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details