ଭୁବନେଶ୍ବର:ଅର୍ଚ୍ଚନା ବ୍ଲାକମେଲ କେଳେଙ୍କାରୀର ଫିଟୁଛି ପେଡ଼ି । ଇଡି ହାତରେ ଲାଗୁଛି ଅର୍ଚ୍ଚନାର ନୂଆ ନୂଆ ତଥ୍ୟ । ଭେରିଫିକେସନ ପାଇଁ ଜଣଙ୍କ ପରେ ଜଣଙ୍କୁ ଡାକୁଛି ଇଡି । ଯାହାର ଆଧାରରେ ପୂର୍ବରୁ ଅର୍ଚ୍ଚନାର ବାପାଙ୍କୁ ଇଡି ପଚରାଉଚୁରା କରିଥିବା ବେଳେ ଆଜି ଜଗବନ୍ଧୁର ଭାଇକୁ ପଚରାଉଚୁରା କରିଛି ଇଡି । ଏନେଇ ଇଡି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ରଖିଛନ୍ତି ଜଗବନ୍ଧୁର ଭାଇ ବୈକୁଣ୍ଠ ଚାନ୍ଦ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଦୀର୍ଘ ୬ଘଣ୍ଟା ଧରି ଜଗବନ୍ଧୁର ଭାଇକୁ ପଚରାଉଚରା କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ଲାକମେଲର ଅର୍ଚ୍ଚନା ନାଗର ଟଙ୍କା କୁଆଡେ କୁଆଡେ ଇନଭେଷ୍ଟ ହୋଇଛି । କାହା କାହା ନାଁରେ ନିବେଶ କରିଛନ୍ତି । ସମ୍ପର୍କିୟଙ୍କ ନାଁରେ କେତେ ସମ୍ପତ୍ତି ରଖିଛନ୍ତି । ସେ ନେଇ ଛାନଭିନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ରିମାଣ୍ଡରେ ଥିବା ଖଗେଶ୍ବରକୁ ଜେରା କରୁଛି ଇଡି । ରିମାଣ୍ଡରେ ଥିବାରୁ ଖଗେଶ୍ବର ଖୋଲୁଛି ଅର୍ଚ୍ଚନା କଳା ସାମ୍ରାଜ୍ୟର ପେଡ଼ି । ଇଡିକୁ କିଛି ରୋଚକ ତଥ୍ୟ ପ୍ରଦାନ କରୁଛି ଖଗେଶ୍ବର । ଯାହାର ଆଧାରରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରି ଅର୍ଚ୍ଚନା ଓ ଜଗବନ୍ଧୁର ସମ୍ପତ୍ତିର ଖୋଳତାଡ଼ ଚାଲିଛି ।