ଓଡିଶା

odisha

ETV Bharat / state

ଖୋଲିଲା ପୁରୁଣା ଫାଇଲ, କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍ - କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ଇଡି ଚଢାଉ

କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ଇଡି ଚଢାଉ । ଏକକାଳୀନ 4ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ed raid at Keshari Real Estate
କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍

By

Published : Mar 25, 2023, 12:32 PM IST

ଭୁବନେଶ୍ବର: ଅଡୁଆରେ କେଶରୀ ରିୟଲ ଇଷ୍ଟେଟ୍ । ଖୋଲିଲା ୨୦୧୮ ମସିହାର ପୁରୁଣା ଫାଇଲ । ଲୋକଙ୍କ ଠାରୁ ଠକିଥିବା ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ କାରବାର ନେଇ କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ରେଡ କରିଛି ଇଡି । ରାଜ୍ୟର ୪ଟି ସ୍ଥାନରେ ଏକକାଳୀନ ED ଚଢ଼ାଉ ହୋଇଛି । କେଶରୀ ଫିଲ୍ମ ହଲରେ ଥିବା କେଶରୀ ଇଷ୍ଟେଟ କାର୍ଯ୍ୟାଳୟ ସମେତ ଫରେଷ୍ଟ ପାର୍କ ସ୍ଥିତି ପ୍ଲଟ ନମ୍ବର ୨୬୬ରେ ଥିବା ଅଫିସ ଓ ବ୍ରହ୍ମପୁରରେ ଥିବା ଦୁଇଟି ସ୍ଥାନରେ ରେଡ କରିଛି ଇଡି ଟିମ୍ ।

ଚଢାଉ ବେଳେ ଇଡିର ୪ ଟିମ୍ ବ୍ୟାଙ୍କ ଟ୍ରନଜାକ୍ସନ, କମ୍ପ୍ୟୁଟର ହାର୍ଡଡିସ୍କ, ପୁରୁଣା ଫାଇଲ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜିନିଷ ଖେଳାଇବା ସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି । ପ୍ରିଭେନସନ ଅଫ ମନି ଲଣ୍ଡରି ଆକ୍ଟ ଆଧାରରେ ଛାନଭିନ କରିବା ସହ ୨୦୧୮ରୁ ୧୯ ମସିହାରେ ହୋଇଥିବା ଠକେଇ ଟଙ୍କାକୁ କିପରି ମନି ଟ୍ରେଲ ହୋଇଛି ସେନେଇ ଖୋଳତାଡ଼ କରିଛି ଇଡି ।

ଇଡି ଅଧିକାରୀ ବିଭିନ୍ନ ଦିଗକୁ ନେଇ କମ୍ପାନୀର ଆସେସମେଣ୍ଟ, ଟ୍ରାନଜାକ୍ସନ ଯାଞ୍ଚ କରିଛି । ଡେବିଟ କ୍ରେଡିଟ ସହ ସମୁଦାୟ ପ୍ରପର୍ଟି ଆସେସମେଣ୍ଟ ଯାଞ୍ଚ ଇଡି । ଆର୍ଥିକ ନେଣଦେଣ ନେଇ ବିଭିନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଓ ଲକ୍ ଡିପୋଜିଟ, ଗାଡି ଘର, ସମ୍ପତ୍ତିର ଯାଞ୍ଚ ହୋଇଛି । ୨୦୧୮ ମସିହାରେ ଡୁପ୍ଲେକ୍ସ ଦେବା ଆଳରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା ସଂସ୍ଥା । ସଂସ୍ଥା ବିରୋଧରେ ଏନେଇ ଅର୍ଥନୈତିକ ଅପରାଧା ଶାଖା ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ଠକେଇ ମାମଲାର କେସ୍ ଆଧାରରେ ୨୦୨୦ ମସିହାରେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀକୁ ଗିରଫ କରିଥିଲା ପୋଲିସ ।

ଇଓଡବ୍ଲୁ ସଂଗ୍ରହ କରିଥିବା ତଥ୍ୟକୁ ତର୍ଜମା କରାଯାଇଥିଲା । ଘଟଣାରେ ଜବତ ସମ୍ପତ୍ତି ତାଲିକା ଓ ଠାବ ହୋଇଥିବା ଆକାଉଣ୍ଟ ଆଧାରରେ ଅନେକ କିଛି ତଥ୍ୟ ପାଇଥିଲା । ଇଡିର ଇଣ୍ଟେଲିଜେନସ ଆଧାରରେ ଏକକାଳୀନ ୪ଟି ସ୍ଥାନରେ ରେଡ କରିଥିଲା ଇଡି । ରେଡରୁ ମିଳିଥିବା ତଥ୍ୟ ଆଧାରରେ ପରେ ସମନ କରିପାରେ ଇଡି । ପୂର୍ବରୁ ଅନେକ କମ୍ପାନୀ ଏପରି ଇଡି ସ୍କାନରକୁ ଆସିଛନ୍ତି । ସିସୋର ମାମଲାରେ ମଧ୍ୟ ଆର୍ଥିକ କାରବାର ନେଇ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଭଳି ନେତାଙ୍କୁ ଜେରା କରିସାରିଛି ଇଡି । ସେହିପରି ଅର୍ଥତତ୍ବ ଚିଟଫଣ୍ଡ, ମାଆ ତାରିଣୀ ବିଲ୍ଡର ଭଳି ଅନେକ ସଂସ୍ଥା ମଧ୍ୟ ଇଡି ସ୍କାନରକୁ ଆସିଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details