ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କଠାରୁ ଜବତ ହୋଇଥିବା ଲାପଟପ୍, ମୋବାଇଲର ଫରେନ୍ସିକ ରିପୋର୍ଟରେ କିଛି ତଥ୍ୟ ନାହିଁ । ଯାହାକୁ ନେଇ ବିଚଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏନେଇ ଷ୍ଟେଟ ଫରେନ୍ସିକ ରିପୋର୍ଟ ଉପରେ ଭରସା ନକରି ନିଜେ ସେ ସବୁ ଲାପଟପ୍ ଓ ମୋବାଇଲକୁ ଇଡି ତଦନ୍ତ କରିବ ବୋଲି ଜଣାପଡ଼ିଛି । ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିପାରେ ଇଡି ।
ଏନେଇ ନିଜର ସାଇବର ଏକ୍ସପର୍ଟ ବା ସଫ୍ଟୱେର ଏକ୍ସପର୍ଟଙ୍କ ଜରିଆରେ ଅର୍ଚ୍ଚନାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଇଡି ପ୍ରସ୍ତୁତ ହୋଇଛି । ଯେଉଁଥିରୁ କିଛି ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି । ତେଣୁ ଷ୍ଟେଟ ଫରେନ୍ସିକ ଟିମ ଦେଇଥିବା ତଥ୍ୟକୁ ଭରସା ନକରି ନିଜେ ତଦନ୍ତ ପାଇଁ ହାଇକୋର୍ଟଙ୍କ ସାହାରା ନେବାକୁ ଅଣ୍ଟା ଭିଡିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇ ଅର୍ଚ୍ଚନା ଓ ଜଗବନ୍ଧୁଙ୍କଠାରୁ ଜବତ ହୋଇଥିବା ଇଲୋକ୍ଟ୍ରୋନିକ ଗ୍ୟାଜେଟକୁ ତଦନ୍ତ କରିବାକୁ ଅନୁମତି ପାଇଁ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋର୍ଟ ଅନୁମତି ଦେଲେ ସେସବୁକୁ ଷ୍ଟେଟ ଫରେନ୍ସିକଠାରୁ ନେଇ ନିଜ ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ କରି ହନିଟ୍ରାପ କୁଇନର କଳା ସାମ୍ରାଜ୍ୟର ଚିଠା ଖୋଲିବାକୁ ସଜବାଜ ହେଉଛି ଇଡି ।