ଓଡିଶା

odisha

ETV Bharat / state

ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବରକୁ ଉଠାଇ ଆଣିଲା ଇଡି, ଜଗବନ୍ଧୁଙ୍କ ଗାଡି ସିଜ - ଖଗେଶ୍ବରକୁ ଉଠାଇ ଆଣିଲା ଇଡି

ଅର୍ଚ୍ଚନା ନାଗ ମାମଲାରେ ଇଡିର ପଦକ୍ଷେପ । ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବରକୁ ଉଠାଇ ଆଣିଲା ଇଡି । ଜଗବନ୍ଧୁଙ୍କ ଗାଡି ସିଜ କରି । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବରକୁ ଉଠାଇ ଆଣିଲା ଇଡି
ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବରକୁ ଉଠାଇ ଆଣିଲା ଇଡି

By

Published : Nov 10, 2022, 10:39 PM IST

ଭୁବନେଶ୍ବର:ଅର୍ଚ୍ଚନା ମାମଲା ଆକ୍ସନ ମୋଡରେ ଇଡି । ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବରକୁ ଉଠାଇ ଆଣିଲା ଇଡି । ବାଲିଅନ୍ତା ସ୍ଥିତ ଭିଙ୍ଗାରପୁର ଘରୁ ଉଠାଇ ଆଣି ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ମାମଲାରେ ଖଗେଶ୍ବରକୁ ଇଡି ଅଫିସରେ ପଚରାଉଚୁରା କରାଯାଉଛି । ଇଡି ଆଗରେ ଅର୍ଚ୍ଚନା କେଳାଙ୍କାରି ଗୁମର ଖୋଲୁଛି ଖଗେଶ୍ବର । ଖଗେଶ୍ବର ଠାରୁ ଅନେକ ତଥ୍ୟ ହାସଲ କରିବ ଇଡି ।

ସୂଚନା ଅନୁଯାୟୀ, ଅର୍ଚ୍ଚନା ‌ଘରୁ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଜଗବନ୍ଧୁ ଗାଡିର ସୁରାକ ପାଇ ସିଜ କରିଛି ଇଡି । ଇଡି ପାଇଥିବା ତଥ୍ୟ ଆଧାରରେ ଚଢ଼ାଉ ଜୋରଦାର ହେବ । ଅର୍ଚ୍ଚନା ଘରୁ ଜିନିଷର କିଣା ହୋଇଥିବା ରସିଦ ମିଳିଛି । ଖୁବଶୀଘ୍ର ସେସବୁ ଦୋକାନ ଓ ସୋରୁମରେ ମଧ୍ୟ ଚଢ଼ାଉ କରାଯାଇ ଛାନଭିନ କରାଯିବ ।

ଅର୍ଚ୍ଚନା ନାଗ ମାମଲାରେ ଆଜି ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଥିଲା ଇଡି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା । ପୋଲିସ ଓ ସିଆରପିଏଫ ଫୋର୍ସ ଛାଉଣୀରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ତଦନ୍ତ ସମୟରେ ଅନେକ ତଥ୍ୟ ସମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୋଡରେ ଇଡି, ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା

କଳାହାଣ୍ଡିରୁ ଯାଇ ରାଜଧାନୀରେ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଥିଲା ଅର୍ଚ୍ଚନା । ନିଜର ନାଗ ଫାଶରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସର ଓ ବ୍ୟବସାୟୀଙ୍କୁ ଫସାଇ କୋଟିପତି ହୋଇଥିଲା । ଶେଷରେ ନିଜ ନାଗ ଫାଶରେ ନିଜେ ଛନ୍ଦି ହୋଇ ଏବେ ଝାରପଡା ଜେଲରେ ରହିଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଏଥିସହ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି । ଆଜି ଏହି ମାମଲା ସହ ଜଡିତ ଖଗେଶ୍ବରକୁ ଉଠାଇ ଆଣି ଖୋଳତାଡ କରୁଛି ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details