ଓଡିଶା

odisha

ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ୱର, ପାୱାର କରିଡରରେ କମ୍ପନ

By

Published : Nov 11, 2022, 9:01 PM IST

Updated : Nov 11, 2022, 10:00 PM IST

ପୋଲିସ ଛାଡ଼ି ଦେଇଥିବା ଜଗବନ୍ଧୁର ସହଯୋଗୀ ଖଗେଶ୍ବର ପାତ୍ରକୁ ଧରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମେଡିକାଲ ଯାଞ୍ଚ ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା । ଖଗେଶ୍ବରକୁ ୧୦ ଦିନ ପାଇଁ ରିମାଣ୍ଡରେ ନେଇଛି ଇଡି । ଏହାପରେ ପାୱାର କରିଡର ସମ୍ପୃକ୍ତି ଖୁଲାସା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ବର, ପାୱାର କରିଡରରେ କମ୍ପନ
ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ବର, ପାୱାର କରିଡରରେ କମ୍ପନ

ଭୁବନେଶ୍ବର: ଅର୍ଚ୍ଚନା କେଳେଙ୍କାରୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚକ୍ରବ୍ୟୁହରେ । ଜେଲ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ରହିଥିବାବେଳେ ପୋଲିସ ଛାଡ଼ି ଦେଇଥିବା ସେମାନଙ୍କ ସହଯୋଗୀ ଖଗେଶ୍ବର ପାତ୍ରକୁ ଧରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ପାୱାର କରିଡର ଲିଙ୍କ୍ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ମେଡିକାଲ ଯାଞ୍ଚ ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଅର୍ଚ୍ଚନାଙ୍କ ସହ ହେବିୱେଟ ଲିଙ୍କ୍ କାଢ଼ିବା ପାଇଁ ଖଗେଶ୍ବରକୁ ରିମାଣ୍ଡରେ ନେଇଛି ଇଡି । ଏନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ଜିଲ୍ଲା ଜଜ୍‌ ୧୦ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।

ରିମାଣ୍ଡରେ ଗଲା ଖଗେଶ୍ୱର, ପାୱାର କରିଡରରେ କମ୍ପନ

ଇଡି ହାତରେ ଆର୍ଥିକ କାରବାର‌ ଲିଙ୍କ

ଧୀରେ ଧୀରେ ଖୋଲୁଛି ବହୁ ଚର୍ଚ୍ଚିତ ନାଗଫାଶ ପେଡି । ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଇଡି ତଦନ୍ତକୁ ଜୋରଦାର କରିଛି । ଗତକାଲି ୬ଟି ସ୍ଥାନରେ ଚଢାଉ ପରେ ଆଜି ଖଗେଶ୍ବରକୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ କୁହାଯାଉଥିବା ଖଗେଶ୍ବର ପାତ୍ର ସହ ୫ଟି ଆକାଉଣ୍ଟରୁ ୫୦ ଲକ୍ଷର କାରବାର ହୋଇଥିବା ପ୍ରମାଣ ପାଇଛି ଇଡି । ଏହାଛଡ଼ା ଆହୁରି ୧୦ଟି ଆକାଉଣ୍ଟର ସୁରାକ ଲାଗିଛି ଇଡି ହାତରେ । ଯାହାର ଖୋଳତାଡ଼ ପରେ ପାୱାର କରିଡରର ହେବିୱେଟ ଇଡି ସ୍କାନରକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଆକ୍ସନ ମୋଡରେ ଇଡି, ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚରା

ସମ୍ପୃକ୍ତ ନେତାଙ୍କ ନାମ ପ୍ରକାଶ କରିବ ତ ଇଡି ?

ଅର୍ଚ୍ଚନା ମାମଲାରେ ସମସ୍ତ ଆର୍ଥିକ କାରବାର ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଘର ତିଆରି କରିବା ପାଇଁ ଏତେ ଟଙ୍କା କୁଆଡୁ ଆସିଲା ତାର ମଧ୍ୟ ଅନୁସନ୍ଧାନ କରୁଛି ଇଡି । କିନ୍ତୁ କେଉଁ ନେତା, ମନ୍ତ୍ରୀ, ବିଧାୟକ ତଥା ସରକାରୀ ଅଫିସର ଏହି କେଳେଙ୍କାରୀରେ ସମ୍ପୃକ୍ତ ଥିଲେ ସେମାନଙ୍କ ନାମ ଇଡି ଖୁଲାସା କରିବ କି ନାହିଁ, ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ସେ କହିଛନ୍ତି, "ଏହି ମାମଲାର ତଦନ୍ତକୁ ବହୁତ ବିଳମ୍ବରେ ଇଡି ହାତକୁ ନେଇଛି । ତେଣୁ ଏବେ କିଛି ସ୍ଥାନରେ କେବଳ ଚଢ଼ାଉ କରି ଇଡି ସମସ୍ତ ତଥ୍ୟ ପାଇବ କି ନାହିଁ ସନ୍ଦେହ । କାରଣ ଏବେ ଇଡି ଯେତିକି ସ୍ଥାନରେ ଚଢ଼ାଉ କରିଛି, ସେହି ମଧ୍ୟରୁ ନିଶ୍ଚିତ କିଛି ବଡ଼ ବଡ଼ିଆଙ୍କ ସମ୍ପୃକ୍ତିର ତଥ୍ୟ ପାଇଥିବ । କିନ୍ତୁ ଏହାକୁ ଇଡି ପ୍ରକାଶ କରିନାହିଁ ।" ତେବେ ଯେଉଁ ନେତା, ମନ୍ତ୍ରୀ ତଥା ସରକାରୀ ଅଧିକାରୀ ଏଥିରେ ଲିପ୍ତ ଅଛନ୍ତି, ସେମାନଙ୍କ ନାମ ଲୋକ ଜାଣିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

ସାମ୍ନାକୁ ଆସିବେ ବଡ଼ ବଡ଼ିଆ !

ଅର୍ଚ୍ଚନା ମାମଲାରେ ସବୁଠାରୁ ପ୍ରଥମେ ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗର ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳୀ ଇଡି କେସର ଅଭିଯୁକ୍ତ । ଶ୍ରଦ୍ଧାଞ୍ଜଳୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଜୁଥିବାବେଳେ ଏବେ ସେ ଫେରାର ଥିବା ଜଣାପଡିଛି । ତେବେ ଗୁରୁବାର ୬ଟି ସ୍ଥାନରେ ଚଢ଼ାଉ ପରେ ଖଗେଶ୍ବର ପାତ୍ରକୁ ଗିରଫ କରିଛି ଇଡି । ମେଡିକାଲ ଯାଞ୍ଚ ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା । ଅର୍ଚ୍ଚନାଙ୍କ ସହ ହେବିୱେଟଙ୍କ ଲିଙ୍କ୍ କାଢ଼ିବାକୁ ଖଗେଶ୍ବରକୁ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ୧୫ ଦିନ ପାଇଁ ଇଡି ରିମାଣ୍ଡ ଆବେଦନ କରିଥିବାବେଳେ ଜିଲ୍ଲା ଜଜ୍‌ ୧୦ ଦିନ ପାଇଁ ଖଗେଶ୍ବରକୁ ରିମାଣ୍ଡ ଅନୁମତି ଦେଇଛନ୍ତି । ଖଗେଶ୍ବରକୁ ରିମାଣ୍ଡରେ ନେବା ପରେ ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ଥିବା ଖୁଲାସା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 10:00 PM IST

ABOUT THE AUTHOR

...view details