ଓଡିଶା

odisha

ETV Bharat / state

ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ଚିଠି, ଘରୋଇ ଜିଲ୍ଲାରୁ ହଟାନ୍ତୁ ଅଧିକାରୀ - 2024 election

ECI Writes to Chief Secretary: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟ ସହ ଜଡିତ କର୍ମଚାରୀଙ୍କୁ ଘରୋଇ ଜିଲ୍ଲାରେ ନିଯୁକ୍ତି ନଦେବାକୁ ପରାମର୍ଶ ଦେଇଛନ୍ତି ଇସିଆଇ । ଅଧିକ ପଢନ୍ତୁ

ସିଏସଙ୍କୁ ଇସିଆଇଙ୍କ ଚିଠି
ସିଏସଙ୍କୁ ଇସିଆଇଙ୍କ ଚିଠି

By ETV Bharat Odisha Team

Published : Dec 22, 2023, 10:53 PM IST

ସିଏସଙ୍କୁ ଇସିଆଇଙ୍କ ଚିଠି

ଭୁବନେଶ୍ବର:ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟ ସହ ଜଡିତ କର୍ମଚାରୀଙ୍କୁ ସେମାନଙ୍କ ଘରୋଇ ଜିଲ୍ଲାରେ ନିଯୁକ୍ତି ନଦେବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନ । ସେହିଭଳି ଦୀର୍ଘଦିନ ଧରି ଗୋଟିଏ ଜିଲ୍ଲାରେ ଥିବା ଅଧିକାରୀ ବା କର୍ମଚାରୀଙ୍କୁ ହଟାଇବାକୁ ସିଏସଙ୍କୁ ପରାମର୍ଶ ଦେଇଛନ୍ତି ଇସିଆଇ । ଇସିଆଇ ଚିଠିରେ ଦର୍ଶାଇଛନ୍ତି ଯେ, ଆସନ୍ତା ବର୍ଷ ଲୋକସଭା ସହିତ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମରେ ହେବ ବିଧାନସଭା ନିର୍ବାଚନ ।

ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ଏନେଇ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି , "ନିର୍ବାଚନ ପାଇଁ ବିଜେପି ସଦା ସର୍ବଦା ପ୍ରସ୍ତୁତ । ନିର୍ବାଚନ ଅଛି ବୋଲି ନୁହେଁ, କେବଳ ବିଜେପି କାମ କରେନି । ଅହରହ 365 ଦିନ ଆମେ କାମ କରୁ । ନିର୍ବାଚନ କମିଶନ ତାଙ୍କ କାମ କରୁଛନ୍ତି । ଆମେ ସଜାଗ ଅଛୁ । ଲୋକଙ୍କ ସହିତ ବିଜେପି ସର୍ବଦା ରହିଛି ।"

ଏହା ମଧ୍ୟ ପଢନ୍ତୁ...ଭାଇ ଭଉଣୀଙ୍କ କ୍ଷମତା ଲଢେଇ, ନିର୍ବାଚନରେ କିଏ ହେବେ ବେଦପ୍ରକାଶଙ୍କ ଉତ୍ତରାଧିକାରୀ ?

ଏହା ମଧ୍ୟ ପଢନ୍ତୁ...ଦୁର୍ନୀତି ବିରୋଧରେ ଲଢେଇ କରିବ କଂଗ୍ରେସ: କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର

ଏହା ମଧ୍ୟ ପଢନ୍ତୁ...ସିମୁଳିଆ ରାଜନୀତି: ଆସନ ହାତେଇବେ ନୂଆ ଚେହେରା ନା ବଜାୟ ରହିବ ପରିବାରବାଦ ?


କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, "ଯାହା ଆଶା କରାଯାଉଛି ସାଧାରଣ ନିର୍ବାଚନ ଏପ୍ରିଲ ମାସରେ ହେବ । ଅତି ବେଶୀରେ ହେଲେ ମାର୍ଚ୍ଚ ମାସ ନିର୍ବାଚନ ହେବ । ଚିରାଚରିତ ଢଙ୍ଗରେ ଅଧିକାରୀ ଅଦଳବଦଳ କରିବା ଲାଗି ନିର୍ବାଚନ କମିଶନ ରାଜ୍ୟମାନଙ୍କୁ ଜଣାଇଛନ୍ତି ।"

ସେହିପରି ଶାସକ ଦଳର ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି , "ନିର୍ବାଚନ ଆଉ 4ରୁ 5 ମାସ ଅଛି । ସେଥିପାଇଁ ଠିକ ସମୟରେ ଆନୁସଙ୍ଗିକ ବ୍ୟବସ୍ଥା କରୁଛନ୍ତି ନିର୍ବାଚନ କମିଶନ । ଏନେଇ କେତେକ ରାଜ୍ୟର ସରକାରଙ୍କୁ ଚିଠି ଲେଖିଛନ୍ତି ଦେଶର ନିର୍ବାଚନ କମିଶନ । ଅଧିକାରୀଙ୍କ ବଦଳି, ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ଚିଠିରେ ଉଲ୍ଲେଖ ଅଛି । ଏହା ଗତାନୁଗତିକ ବ୍ୟବସ୍ଥା । ଏଥିପାଇଁ ରାଜ୍ୟ ସରକାର ଆର୍ଲଟ ଅଛନ୍ତି । ଠିକ ସମୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details