ଭୁବନେଶ୍ବର: ଥମୁନି କୁର୍ମି ସମାଜର ଜନ ଆନ୍ଦୋଳନ । ଏହି ସମାଜ 3ଟି ରାଜ୍ୟ ୱେଷ୍ଟ ବେଙ୍ଗାଲୁରୁ, ଝାଡ଼ଖଣ୍ଡ ଏବଂ ଓଡିଶାରେ ରେଳରୋକ ଆନ୍ଦୋଳନ ପାଇଁ ଆହ୍ଵାନ କରିଛନ୍ତି । ଫଳରେ ପୂର୍ବତଟ ରେଳପଥର 2ଟି ଟ୍ରେନ ବାତିଲ ହୋଇଥିବା ବେଳେ 4ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ବହୁ ଦିନରୁ କୁର୍ମି ସମୁଦାୟ ଅନୁସୂଚିତ ଜନଜାତି ମାନ୍ୟତା ଦାବି କରି ଆସୁଛନ୍ତି। ମାତ୍ର ତାଙ୍କ ଦାବି ପୂରଣ ହେଉନଥିବାରୁ ସେମାନେ ରେଳରୋକ କରିଛନ୍ତି ।
ବାତିଲ ଟ୍ରେନ୍ 02832 ସ୍ଵତନ୍ତ୍ର ଭୁବନେଶ୍ବର - ଧାନବାଦ 19 ସେପ୍ଟେମ୍ବରରେ ବାତିଲ ରହିଥିବା ବେଳେ 12876 - ଆନନ୍ଦବିହାରରୁ ପୁରୀ ନୀଳାଚଳ ଏକ୍ସପ୍ରେସ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ବାତିଲ ରହିବ । ଏହାସହ 18477/18478- ପୁରୀ - ହୃଷୀକେଶ - ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉଭୟ ପାର୍ଶ୍ବରୁ ସମ୍ବଲପୁର ସହର-ଝାରସୁଗୁଡା ରୋଡ୍ - ଇବ ମାର୍ଗ ଦେଇ ଚଳାଚଳ କରିବ । 22824- ନୂଆଦିଲ୍ଲୀରୁ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ ମେଦିନପୁର-ହିଜଲି-ଭଦ୍ରକ ଦେଇ ଟ୍ରେନ ଚଳାଚଳ କରିବ ।
ଏହା ବି ପଢନ୍ତୁ- Vande Bharat Trial Run: ଓଡିଶାକୁ ମିଳିବ ଦ୍ବିତୀୟ ବନ୍ଦେ ଭାରତ, ପୁରୀରୁ ଟ୍ରାଏଲ ରନ ଆରମ୍ଭ
ସେହିପରି 13351/ 13352 ଧାନବାଦ- ଆଲେପି - ଧାନବାଦ ଏକ୍ସପ୍ରେସ ଟ୍ରେନ ଉଭୟ ପାର୍ଶ୍ବରୁ ଏବଂ 18310 ଜମ୍ମୁ ତାୱି ସମ୍ବଲପୁର ଏକ୍ସପ୍ରେସ ରାଞ୍ଚି - ଟୋରୀ ମାର୍ଗ ଦେଇ ଚଳାଚଳ କରିବ । ଭୁବନେଶ୍ବର-ଧାନବାଦ ଏକ୍ସପ୍ରେସ 19 ସେପ୍ଟେମ୍ବରରେ ଭୁବନେଶ୍ବର ଛାଡିଥିବା ବେଳେ ଆଜି ସନ୍ଧ୍ୟାରେ ବାତିଲ କରାଯାଇଛି । ସୂଚନା ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୨୦ ତାରିଖରେ ପୁରୀ- ରାଉରକେଲା ମଧ୍ୟରେ ହେବ ଟ୍ରାଏଲ ରନ୍। ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ ।
ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଉରକେଲା ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ । ପୁରୀ-ରାଉରକେଲା ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବ । ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍ ନେବ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ପ୍ରଥମ ଟ୍ରାଏଲ ରନ୍ ହୋଇଥିଲା । ପୂବାହ୍ନ ସାଢ଼େ ୯ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍ରେ ତାଳଚେର ରୋଡରେ ପହଞ୍ଚିଥିଲା। ଅପରାହ୍ନ ୧ଟା ୫ ମିନିଟ୍ରେ ତାଳଚେର ଷ୍ଟେସନ ଛାଡି ସଂଧ୍ୟା ୫ଟା ୨୦ ମିନିଟ୍ରେ ପୁରୀରେ ପହଞ୍ଚିଥିଲା ।
ଇଟିଭି ଭାରତ, ଭୁବନେଶ୍ବର