ଓଡିଶା

odisha

ETV Bharat / state

ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ, ଗତ ଆର୍ଥିକବର୍ଷ ତୁଳନାରେ ୩.୯% ଅଭିବୃଦ୍ଧି - ପୂର୍ବତଟ ରେଳ ପଥ

ପଣ୍ୟ ବୋଝେଇରେ ଗତ ଆର୍ଥିକ ବର୍ଷ ତୁଳନାରେ ୩.୭୭ ନିୟୁତ ଟନ ଅଧିକ ଏବଂ ୩.୯ ପ୍ରତିଶତ ଅଭିବୃଦ୍ଧି ଆଣିପାରିଛି ପୂର୍ବତଟ ରେଳ ପଥ । ଅଧିକ ପଢ଼ନ୍ତୁ

ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ
ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ

By ETV Bharat Odisha Team

Published : Sep 4, 2023, 9:52 PM IST

ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦ ନିୟୁତ ଟନ୍‌ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ । ଗତ ଆର୍ଥିକ ବର୍ଷ ତୁଳନାରେ ୩.୭୭ ନିୟୁତ ଟନ ଅଧିକ ଏବଂ ୩.୯ ପ୍ରତିଶତ ଅଭିବୃଦ୍ଧି ଆଣିପାରିଛି ପୂର୍ବତଟ ରେଳ ପଥ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସ ମଧ୍ୟରେ, ଅର୍ଥାତ୍ ୧ ଏପ୍ରିଲ୍‌ରୁ ୩୧ ଅଗଷ୍ଟ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ ୯୭.୧୩ ନିୟୁତ ଟନ୍‌ ତୁଳନାରେ ୧୦୦.୯୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି । ଏହା ସହିତ ଚଳିତ ଆର୍ଥିକ ବର୍ଷରେ ୩.୯ ପ୍ରତିଶତ ପଞ୍ଜିକରଣ ବୃଦ୍ଧି କରି ଏହା ୩.୭୭ ନିୟୁତ ଟନ୍‌ ବର୍ଦ୍ଧିତ ପଣ୍ୟ ବୋଝେଇ କରିଛି ।

ପୂର୍ବତଟ ରେଳପଥର ସମସ୍ତ ୩ଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ୬୧.୩୦ ନିୟୁତ ଟନ୍‌ କୋଇଲା, ଇସ୍ପାତ ଶିଳ୍ପ ପାଇଁ କଞ୍ଚାମାଲ ୩.୩୩ ନିୟୁତ ଟନ୍‌, ୮.୨୧ ନିୟୁତ ଟନ୍‌ ଆଇରନ୍ ଏବଂ ଷ୍ଟିଲ୍, ୧୧.୬୮ ନିୟୁତ ଟନ୍‌ ଲୁହାପଥର, ୦.୭୬ ନିୟୁତ ଟନ୍‌ ସିମେଣ୍ଟ, ୧.୨୯ ନିୟୁତ ଟନ୍‌ ଖାଦ୍ୟ ଶସ୍ୟ, ୨.୫୭ ନିୟୁତ ଟନ୍‌ ସାର, ୧.୨୪ ନିୟୁତ ଟନ୍‌ ପେଟ୍ରୋଲ ଜାତୀୟ ଦ୍ରବ୍ୟ, ୧.୭୬ ନିୟୁତ ଟନ୍‌ ମାଲ ପରିବହନ କଣ୍ଟେନରରେ ଲୋଡ୍ ହୋଇଛି । ଅନ୍ୟ ପଣ୍ୟ ପରିବହନ ବାବଦରେ ୮.୭୬ ନିୟୁତ ଟନ୍‌ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି । ପଣ୍ୟ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଳଚେର, ପାରାଦ୍ବୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, କେନ୍ଦୁଝର, କେକେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ।

ଏହା ମଧ୍ୟ ପଢ଼ନ୍ତୁ...ମଞ୍ଚେଶ୍ବରରୁ ଭୁବନେଶ୍ବର ମଧ୍ୟରେ ଚାଲିଛି ନନ୍‌ ଇଣ୍ଟରଲକିଂ କାର୍ଯ୍ୟ, ସୁଦୃଢ଼ ହେବ ନିରାପତ୍ତା

ଏହା ସହିତ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୬୩.୫୯ ନିୟୁତ ଟନ୍‌ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୯.୭୫ ନିୟୁତ ଟନ୍‌ ମାଲ ଏବଂ ସମ୍ବଲପୁର ରେଳମଣ୍ଡଳରୁ ୭.୫୪ ନିୟୁତ ଟନ୍‌ ପଣ୍ୟ ପରିବହନ କରାଯାଇଛି । କେବଳ ଅଗଷ୍ଟ ମାସରେ ପୂର୍ବତଟ ରେଳପଥ ୨୦.୪୩ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି, ଯାହା ୨୦୨୨ ଅଗଷ୍ଟ ମାସରେ ପଞ୍ଜିକୃତ ପରିବହନ ହୋଇଥିବା ୧୯.୯୦ ନିୟୁତ ଟନ୍‌ ତୁଳନାରେ ୨.୭ ପ୍ରତିଶତ ଅଧିକ ମାଲ ପରିବହନ କରିପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details