ଭୁବନେଶ୍ବର: ରାଜଧାନୀରେ ବିଶିଷ୍ଟ ରେଳ ସେବା-2023 ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତଟ ରେଳପଥର "ବିଶିଷ୍ଟ ରେଳ ସେବା ପୁରସ୍କାର" କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ପରିଚ୍ଛନ୍ନତା ପାଇଁ ବଡ଼ ଷ୍ଟେସନ ଭାବରେ ଶ୍ରୀକାକୁଲମ ଏବଂ ଛୋଟ ଷ୍ଟେସନ ଭାବେ ବରଗଡ ରୋଡ ଷ୍ଟେସନକୁ ପୁରସ୍କୃତ କରାଯାଇଛି ।
ବୁଧବାର ଭୁବନେଶ୍ବରଠାରେ ବିଶିଷ୍ଟ ରେଳ ସେବା-2023 ପୁରସ୍କାର ସମାରୋହ ପାଳନ ହୋଇଯାଇଛି । ଏହି ଅବସରରେ ପୂର୍ବତଟ ରେଳପଥର "ବିଶିଷ୍ଟ ରେଳ ସେବା ପୁରସ୍କାର" ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରାଯାଇଛି । ସମୁଦାୟ 46 ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ରେଳ ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଯାତ୍ରୀଙ୍କ ଯାତ୍ରାକୁ ସରଳ ଓ ସୁନ୍ଦର କରିବା ପାଇଁ ଏମାନଙ୍କର ଅନେକ ପରିଶ୍ରମ ରହିଛି । ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ଏମାନେ ଲାଗି ପଡ଼ିଥାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ