ଖୋର୍ଦ୍ଧା:ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଜିଲ୍ଲାରେ ହେବ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ । ଏହି ଅବସରରେ ଆଜି (ଶୁକ୍ରବାର) ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ସଂଗ୍ରାମ କେଶରୀ ମହାପାତ୍ର । ସେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଜିଲ୍ଲାରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରସୟ ଦିଆଯିବ ନାହିଁ ।
ସେହିପରି ଖଣି ମାଫିଆ ଏବଂ ନିଶା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଜନସାଧାରଣଙ୍କ କାମ କିପରି ସୂଚାରୁ ରୂପେ E-ସେବା ମାଧ୍ୟମରେ କରାଯିବ ସେନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଜିଲ୍ଲାର ସ୍ବାସ୍ଥ୍ୟଗତ ସମସ୍ୟା ଗମନାଗମନ ତଥା ଶିକ୍ଷାର ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯିବ ।