ଓଡିଶା

odisha

ETV Bharat / state

ଖୋର୍ଦ୍ଧା କୋର୍ଟରେ ଇ-ସେବା କେନ୍ଦ୍ର ଉଦଘାଟିତ - ଅନଲାଇନରେ ମିଳିବ ତଥ୍ୟ

ଖୋର୍ଦ୍ଧା ଜିଲ୍ଲା ସ୍ଥାନୀୟ କୋର୍ଟ ପରିସରରେ ଆଜି ଏକ ଇ-ସେବା କେନ୍ଦ୍ରର ଉଦଘାଟନ ହୋଇଛି । ସେବା କେନ୍ଦ୍ରରେ କୋର୍ଟ ସମ୍ପର୍କରେ ସମସ୍ତ ତଥ୍ୟ ଅନଲାଇନରେ ପାଇପାରିବେ ଲୋକ । ଅଧିକ ପଢନ୍ତୁ...

ଇ-ସେବା କେନ୍ଦ୍ର ଉଦଘାଟିତ
ଇ-ସେବା କେନ୍ଦ୍ର ଉଦଘାଟିତ

By

Published : Apr 5, 2021, 12:04 PM IST

ଖୋର୍ଦ୍ଧା: ଜିଲ୍ଲାର ସ୍ଥାନୀୟ କୋର୍ଟ ପରିସରରେ ଆଜି ଏକ ଇ-ସେବା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି ସେବା କେନ୍ଦ୍ରରେ କୋର୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅନଲାଇନରେ ମିଳିପାରିବ । ଏହାକୁ ଉଦଘାଟନ କରିଛନ୍ତି ସ୍ଵତନ୍ତ୍ର ବିଚାରପତି ସୁରେନ୍ଦ୍ର ନାଥ ପାଢୀ ।

ଇ-ସେବା କେନ୍ଦ୍ର ଉଦଘାଟିତ

ଏହି ସେବା କେନ୍ଦ୍ର ହେବା ଦ୍ବାରା ଲୋକଙ୍କୁ ଇ-କୋର୍ଟ ସମ୍ବନ୍ଧୀୟ ସମସ୍ତ ଅନଲାଇନ ସେବା ମିଳିବ । ସେହିପରି ମକଦ୍ଦମା ରାୟ ଓ ଆଦେଶ ଗୁଡ଼ିକ ପାଇବା କ୍ଷେତ୍ରରେ ଡିଜିଟାଲ ସେବା, ନ୍ୟାୟାଳୟ ଅବସ୍ଥିତ ଓ ମକଦ୍ଦମା ଶୁଣାଣି ତଥ୍ୟ ସମେତ ଜେଲରେ ବିଚାରଧୀନ କଏଦୀମାନେ ସେମାନଙ୍କ ସମ୍ପର୍କୀୟଙ୍କ ସାଙ୍ଗରେ ଅନଲାଇନ ଜରିଆରେ ସାକ୍ଷାତ କରିବାର ସୁବିଧା ପାଇପାରିବେ ।

ଏହା ସମେତ ଲୋକଙ୍କୁ ବିଚାରପତିଙ୍କ ଛୁଟି, ମକଦ୍ଦମା ସ୍ଥିତି ଓ ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ଜାଣିବା ସରଳ ହେବ । ଏ ଭଳି କୋର୍ଟ ସମ୍ପର୍କୀତ ୧୩ ଗୋଟି ସେବା ଇ-କେନ୍ଦ୍ର ଜରିଆରେ ମିଳିବା ନେଇ ଉଦ୍‌ଘାଟନ ଅବସରରେ ଅତିରିକ୍ତ ଜିଲ୍ଲା ଜଜ୍ ଦିଲ୍ଲିପ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । ଏହି ସେବାର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଅଜିତ କୁମାର ପଟ୍ଟନାୟକ, ସମ୍ପାଦକ ସଂଜୟ ପଟ୍ଟନାୟକ, ଉପ-ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା ପ୍ରମୁଖ ବହୁତ ଆଇନଜୀବୀ ଉପସ୍ଥିତ ଥିଲେ । ସେହିପରି ସିଭିଲ କୋର୍ଟ ନାଜିର ଅସିମ୍ କୁମାର ବେହେରା, ଆସିଷ୍ଟାଣ୍ଡ ନାଜିର କୁନାଲ ମିଶ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ନବକିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details