ଭୁବନେଶ୍ବର:ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳ କି ପ୍ରେମ ପାଇଁ ନୁହେ ବରଂ ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ସାଜିଛନ୍ତି । ନିଜର ବାନ୍ଧବୀଙ୍କୁ ମଥାରେ ସିନ୍ଦୁର ପିନ୍ଧାଉଥିବା ଫଟୋକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ କିଛି ସମଲିଙ୍ଗୀ ସମ୍ପର୍କ ସମାଜରେ ନିଜର ସ୍ବୀକୃତି ପାଇଁ ସିଧାସଳଖ ମୁହଁ ଖୋଲିଛନ୍ତି । ଏହା ଠିକ୍ ଯେ ସମ୍ବିଧାନ ଅନୁସାରେ ସମସ୍ତେ ସମସ୍ତଙ୍କର ମତ ଦେଇପାରିବେ ବା ରଖିପାରିବେ । କିନ୍ତୁ ଏବେବି ସମଲିଙ୍ଗୀ ସମ୍ପର୍କକୁ ଲୋକେ ସମାଲୋଚନା ଓ ନିନ୍ଦା କରିଛନ୍ତି । ଏନେଇ କୋଟରେ ମାମଲା ବିଚାରାଧୀନ ରହିଛି । ଆଉ ଠିକ ସେହି ସମୟରେ ଦୌଡରାଣୀ ଦୂତୀ ଚାନ୍ଦ ନିଜ ବାନ୍ଧବୀଙ୍କୁ ସିନ୍ଦୁର ଦେଉଥିବା ଫଟୋ ଏକ ଜାତୀୟ ଗଣ ମାଧ୍ୟମର କଭର ପେଜରେ ଆସୁଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ଆସିଛନ୍ତି । ଖାଲି ସେତିକି ନୁହେଁ ମାଗାଜିନର ଭିତର ପେଜରେ ଦୂତୀ ତାଙ୍କ ବାନ୍ଧବୀଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ଆଲିଙ୍ଗର ଅନେକ କିଛି ପୋଜ୍ର ସେଥିରେ ଫଟୋ ଦେଖିବାକୁ ମିଳିଛି ।
ତେବେ ଏହି ସିନ୍ଦୁର ପିନ୍ଧା ଫଟୋକୁ ନେଇ ଦୂତୀ ଚାନ୍ଦ ନିଜ ବାନ୍ଧବୀକୁ ସମାଜର ସବୁ ସମାଲୋଚନା ବାଧାବିଘ୍ନକୁ ଡେଇଁ ବାହା ହେବେ ବୋଲି ନିଶ୍ଚିତ କରିଛନ୍ତି । ହୃଦୟ ଦେଇ ଭଲ ପାଉଥିବା ମଣିଷକୁ ସାତ ଜନମର ସାଥି ହେବାର କଥା ଦେଇଛନ୍ତି । ଆଉ ସେହି ପ୍ରତିଶୃତି ପାଳନଙ୍କୁ ନେଇ ସେ ଖୋଲା କଣ୍ଠରେ ସମଲିଙ୍ଗୀ ବାହାଘର ପାଇଁ ସମସ୍ତଙ୍କ ସାମ୍ନାରେ ବିନା ସଙ୍କୋଚରେ ନିଜର ପ୍ରେମର ସ୍ବୀକୃତି କରିଛନ୍ତି । ଆଉ ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି । ଏଭଳି ହେଲେ ଦୂତୀଙ୍କ ଏହି ସମଲିଙ୍ଗୀ ଭଲପାଇବାକୁ ଏକ ଅଧିକାର ମିଳିବ । ତେଣୁ ସେ ତାଙ୍କ ପ୍ରେମକୁ ସର୍ବ ସମ୍ମୁଖରେ ଆପଣାଇ ପାରିବେ ଆଉ ବିବାହ କରି ଏକ ସୁନ୍ଦର ପରିବାର ପରିକଳ୍ପନାକୁ ସତ କରିବେ ବୋଲି କହିଛନ୍ତି ।