ଓଡିଶା

odisha

ରାଜଧାନୀର ସୁରକ୍ଷିତ ଓ ଶୃଙ୍ଖଳିତ ଦୁର୍ଗା ପୂଜାର ସମନ୍ୱୟ ବୈଠକ

ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ସୁସଜ୍ଜିତ ମେଢ଼ ସାଙ୍ଗକୁ ଆଲୋକ ମାଳା ଓ ଆତସବାଜିରେ କମ୍ପିବ ପୁରା ସହର । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ..

By ETV Bharat Odisha Team

Published : Oct 6, 2023, 9:10 AM IST

Published : Oct 6, 2023, 9:10 AM IST

ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ
ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ

ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର:ଆସୁଛି ଶାରଦୀୟ ଦୁର୍ଗାପୂଜା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀରେ ଟ୍ରାଫିକ, ଆଇନ ଶୃଙ୍ଖଳା ସ୍ଥିତି, ମେଲୋଡି ଓ ରାବଣପୋଡି ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ସେନେଇ ଆଲୋଚନା କରାଯାଇଛି । ଏହି ବୈଠକରେ ବିଏମ୍‌ସି, ପୋଲିସ, ଭୁବନେଶ୍ୱରର ବିଧାୟକ, ପାନୀୟ ଜଳ ବିଭାଗ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କ ସମେତ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶୃଙ୍ଖଳିତ ପୂଜା କିପରି ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ।

ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗାପୂଜା । ମାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଛି ରାଜଧାନୀର ପୂଜା ମଣ୍ଡପ । ସୁସଜ୍ଜିତ ମେଢ଼ ସାଙ୍ଗକୁ ଆଲୋକ ମାଳା ଓ ଆତସବାଜିରେ କମ୍ପିବ ପୁରା ସହର । ମାଙ୍କ ଦର୍ଶନ ପାଇଁ ସବୁଠି ଭିଡ଼ ଓ ଲୋକ ସମାଗମ ରହିବ । ତେଣୁ ସୁରୁଖୁରୁରେ କିଭଳି ପୂଜା ଭସାଣି ଓ ରାବଣ ପୋଡ଼ି ସମ୍ପନ୍ନ ହେବ ଏଥିପାଇଁ ଗୁରୁବାର ଦିନ କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପୂଜା ସମନ୍ୱୟ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ଯେପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ବ୍ୟବସ୍ଥା କରାଯିବ ସେନେଇ ବୈଠକ ଡକାଯାଇଥିଲା । ରାଜଧାନୀରେ ଟ୍ରାଫିକ୍‌, ଆଇନ ଶୃଙ୍ଖଳା ସ୍ଥିତି, ମେଲୋଡି ଓ ରାବଣପୋଡ଼ି ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ସେନେଇ ଆଲୋଚନା କରାଯାଇଛି ।

ଏହି ବୈଠକରେ ପୋଲିସ ବିଭାଗ ସମେତ ବିଏମ୍‌ସି, ଭୁବନେଶ୍ୱରର ବିଧାୟକ, ପାନୀୟ ଜଳ ବିଭାଗ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶୃଙ୍ଖଳିତ ପୂଜା କିପରି ହୋଇପାରିବ ସେନେଇ ଆଲୋଚନା କରିଛନ୍ତି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି କମିଶନରେଟ ପୋଲିସ । ଅଷ୍ଟମୀ ଓ ନବମୀରେ ଅଧିକ ମହିଳା ଫୋର୍ସ ମୁତୟନ ସହ ଅପରାଧୀଙ୍କ ଉପରେ ନଜର ରଖିବାକୁ ଟିମ୍‌ ପ୍ରସ୍ତୁତ ରହିଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି, ମଦ ଓ ଡିଜେ ମୁକ୍ତ ହେବ ମା‘ଙ୍କ ଭସାଣି

ଖୁସି ଓ ଉତ୍ସାହ ନେଇ ପୁଣି ମହାପାର୍ବଣ ଦୁର୍ଗାପୂଜା ଫେରିଛି । ଏହି ପୂଜାର ଆସରକୁ ନେଇ ଚଳିତ ଥର କଟକରେ ୧୬୮ଟି ମେଢ଼ ଥିବା ବେଳେ ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି । ଯେଉଁଥିରେ ଚଳିତ ଥର ନୂଆ କରି ସାମିଲ ହୋଇଛି ଆହୁରି ୨ ପୂଜା ମଣ୍ଡପ । ତେଣୁ ପୂର୍ବ ବର୍ଷ ଭଳି ଚଳିତ ଥର ବି କିଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ରହିଛି । ତେଣୁ ଏହାକୁ କିଭଳି ସୂଚାରୁ ରୂପେ ପାଳନ କରିହେବ ସେଥିପାଇଁ କମିଶନରେଟ ପୋଲିସ ନିଜର ସୁରକ୍ଷା ଟିମ୍‌ ସହ ସଜାଗ ଥିବା କହିଛନ୍ତି । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ସେହିପରି ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ଟା ପରିବର୍ତ୍ତେ ୧୨ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି । ଭସାଣି ବେଳେ ଭାଇବ୍ରେଟ୍‌ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ତେଣୁ ସମସ୍ତଙ୍କର ସହଭାଗିତାରେ ସମସ୍ୟାର ସମାଧାନ କରି ପୂଜାକୁ ସୁରକ୍ଷିତ ଓ ଶୃଙ୍ଖଳିତ ପରିଚାଳନା ପାଇଁ ସମସ୍ତେ ପ୍ରୟାସ କରିବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ପ୍ରକୃତି ସ୍ବରୂପିଣୀ ଯୋଗମାୟାଙ୍କ ଧରାବତାରଣ ପାଇଁ ଉଠିଲା ମାଟି, ଗଢା ହେବ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି

ଏଥର ପୂଜାରେ ନିଆରା ଦୃଶ୍ୟ ଦେଖିବାକୁ ମିଳିବ ମହିଳା ପୂଜା କମିଟି ଦ୍ୱାରା ବରଗଡ଼ ବ୍ରିଡ଼ କଲୋନୀରେ । ମହିଳା ଦୁର୍ଗା ପୂଜା କମିଟି ଦ୍ୱାରା ମା'ଙ୍କର ଆବାହନ କରାଯିବ । ଯେଉଁଠିକି ପୁରା ପୂଜାକୁ ମହିଳା କର୍ମକର୍ତ୍ତା ପରିଚାଳନା କରିବେ ବୋଲି କହିଛନ୍ତି କମିଟି ସଦସ୍ୟ ।

ସେପଟେ ପୂଜା ସମୟରେ ବିଏମ୍‌ସିର ଗୁରୁଦାୟିତ୍ୱ ରହିଥିବା ବେଳେ ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାରର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ୫ କୋଟି ୩୫ ଲକ୍ଷର ଅନୁଦାନ ଦିଆଯାଇଛି । ସେହିପରି ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା, ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ଓ ଅଗ୍ନିଶମ, ପାନୀୟ ଜଳ, ଖୋଳା ହୋଇଥିବା ରାସ୍ତାଘାଟ ନିର୍ମାଣ, ଗଛ କଟା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ ପୂଜା କମିଟି ସଦସ୍ୟ ।

ଏହି ସହଯୋଗକୁ ନେଇ ପୂଜାରେ ନିୟୋଜିତ ପ୍ରତିଟି ବିଭାଗ ସେମାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିବା ସହ ମଣ୍ଡପର ଅଭଯୋଗ ଭିତରେ ତୁରନ୍ତ କାର୍ଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସବୁଠାରୁ ବଡ଼ କଥା ଏଥର ପୂଜା ପାଇଁ ବିଏମସିକୁ ମଧ୍ୟ କୌଣସି ଟେଣ୍ଟ ଭଡା ଦେବାକୁ ପଡ଼ିବନି ବୋଲି କୁହାଯାଇଛି । ସେହିପରି ସହରରେ ହେଉଥିବା ପୂଜା ଓ ଭଷାଣୀ ପାଇଁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ଦ୍ୱାରା ଲାଇସେନ୍ସ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସମସ୍ତ ପ୍ରାଶସନିକ ବିଭାଗ କହିଛି । ଏହି ପୂଜା ପ୍ରସ୍ତୁତି ବୈଠକରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମେୟର, ଭୁବନେଶ୍ୱରର ୬ ବିଧାୟକ, ଅଗ୍ନିଶମ, WATCO, Tata power ଓ ଟ୍ରାଫିକର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details