ଓଡିଶା

odisha

ETV Bharat / state

ଆସୁଛନ୍ତି ମା‘, ନିଆରା ଢଙ୍ଗରେ ସ୍ବାଗତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜଧାନୀବାସୀ - ମା‘ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରାଜଧାନୀ

ମା‘ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରାଜଧାନୀ । ପ୍ରତି ପୂଜାମଣ୍ଡପରେ ଚାଲିଛି ତୋରଣ ନିର୍ମାଣ । ଶହୀଦ ନଗର ଦୁର୍ଗାପୂଜା ସମିତି ତିଆରି କରିଛି ଭିନ୍ନ ଧରଣର ତୋରଣ । ଅଧିକ ପଢନ୍ତୁ

ମା‘ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରାଜଧାନୀ
ମା‘ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରାଜଧାନୀ

By ETV Bharat Odisha Team

Published : Oct 10, 2023, 10:33 PM IST

ମା‘ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆସୁଛନ୍ତି ମା‘ । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ପ୍ରତି ପୂଜାମଣ୍ଡପରେ ଚାଲିଛି ତୋରଣ ନିର୍ମାଣ । ଚଳିତ ବର୍ଷ ଶହୀଦ ନଗର ଦୁର୍ଗାପୂଜା ସମିତି ତିଆରି କରିଛି ଭିନ୍ନ ଧରଣର ତୋରଣ । ଏକ କାଳ୍ପନିକ ମହଲ ଭିତରେ ପୂଜା ପାଇବେ ମା‘ । ତୋରଣର ଉଚ୍ଚତା ୮୫ ଫୁଟ ହୋଇଥିବା ବେଳେ ଓସାରା ୧୨୦ ଫୁଟ । ଏହି ତୋରଣରେ କୌଣସି କେମିକାଲ ବ୍ୟବହାର କରିବ ନାହିଁ ପୂଜା ସମିତି । ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନା ମୁକୁଟ ଏବଂ ରୂପା ମେଢରେ ଝଟକିବେ ଦୁର୍ଗତିନାସିନୀ ମା‘ ଦୁର୍ଗା । ଚଳିତ ବର୍ଷ ମା‘ଙ୍କ ପୂଜା ଏବଂ ରୀତିନୀତି ଉପରେ ବେଶ ଗୁରୁତ୍ବ ଦିଆଯାଇଛି । ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ତୋରଣ ନିର୍ମାଣ କାର୍ଯ୍ୟରେ ୫୦ ଜଣ କାରୀଗର କାର୍ଯ୍ୟ କରୁଛନ୍ତି ।

ସମ୍ପାଦକ ସଚି ନନ୍ଦନ ନାୟକ କହିଛନ୍ତି,"୪୬ ବର୍ଷରେ ପଦାର୍ପଣ କରିଥିବା ଶହୀଦ ନଗର ଦୁର୍ଗାପୂଜା ସମିତି । ଏହି ବର୍ଷ ପୂଜାରେ ପରିବେଶ ଅନୁକୂଳ(eco-friendly) ପ୍ଲାଷ୍ଟିକ୍‌ ମୁକ୍ତ ସୁସଜ୍ଜିତ ତୋରଣ ହେବ । ୩୫ ଲକ୍ଷ ଟଙ୍କାର ବଜେଟରେ ଏହି ତୋରଣ ନିର୍ମାଣ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗା ମା‘ଙ୍କ ଚାନ୍ଦିମେଢ଼ ଓ ସୁନା ମୁକୁଟ, ସୁନା ଅଳଙ୍କାର ଓ ରୂପା ଅଳଙ୍କାରରେ ସୁସଜ୍ଜିତ ହେବେ । ଯେଉଁଥିରେ ୩ କେଜି ସୁନା ଏବଂ ୧୬୦ କେଜି ରୁପା ଅଳଙ୍କାର ବ୍ୟବହାର କରାଯିବ । ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଶ୍ରଦ୍ଧାଳୁଙ୍କ ଦର୍ଶନ, ଏହି ନିମନ୍ତେ ବୟସ୍କ, ମହିଳା ଓ ଦିବ୍ୟାଙ୍ଗ(disable)ମାନେ କିପରି ଭଲରେ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇ ଅଛି ।"

ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

ସେ ଆହୁରି ମଧ୍ୟ କହିଛନ୍ତି,"ଏହି ବର୍ଷ ସମୁହ ଭସାଣୀରେ ଶହୀଦ ନଗର ସମିତି ତରଫରୁ ସବୁ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ମୁଖ୍ୟ ଆକର୍ଷଣ ହେବ । ପାଖାପାଖି ୩୦ ମେଢ଼ର ମିଳନ ହେବ । ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦୦ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତା ନିୟୋଜିତ କରାଯିବେ । ସିସିଟିଭିର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ଅଛି । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ପିଲାମାନଙ୍କ ପାଇଁ ସବୁଠୁ ବଡ଼ ଦୋଳି, ଛୋଟଦୋଳି ଏବଂ ମୀନାବଜାରର ଆୟୋଜନ କରାଯାଇ ଅଛି । ଏକ ଭିନ୍ନ ଧରଣର ନିଜସ୍ୱ କାଳ୍ପନିକ ତୋରଣ କରାଯାଇଛି ଯାହାକି କାହାର ଅନୁକରଣ କରାଯାଇ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details