ଓଡିଶା

odisha

ETV Bharat / state

ନକଲି ଜର୍ଦ୍ଦା କାରବାର ଉପରେ ଏସଟିଏଫର ଚଢାଉ, 2 ଗିରଫ

ଗୋଟିଏ ଦିନରେ ଭିନ୍ନ ଭିନ୍ନ 2 ଟି ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ କରିଛି ଏସଟିଏଫ ଟିମ । ଅଧିକ ପଢନ୍ତୁ...

Breaking News

By

Published : Sep 30, 2020, 2:21 PM IST

ଖୋର୍ଦ୍ଧା: ବେଆଇନ ଜର୍ଦ୍ଦା କାରଖାନା ଡିପୋ ଉପରେ ଏସଟିଏଫ ରେଡ କରି ବିପୁଳ ପରିମାଣର ନକଲି ପାନ ମସଲା ଓ ଗୁଟଖା ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି ଏସଟିଏଫ।

ନକଲି ଜର୍ଦ୍ଦା କାରବାର ଉପରେ ଏସଟିଏଫର ଚଢାଉ, 2 ଗିରଫ

ସୂଚନା ଅନୁଯାୟୀ ନକଲି ଜର୍ଦ୍ଦା ପ୍ରସ୍ତୁତ ଓ ବିକ୍ରୟ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବଡତୋଟା ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରି ପବିତ୍ର କୁମାର ପ୍ରସାଦଙ୍କୁ ଗିରଫ କରିଛି ।

ନକଲି ଜର୍ଦ୍ଦା କାରବାର ଉପରେ ଏସଟିଏଫର ଚଢାଉ, 2 ଗିରଫ

ସେହିପରି ଭୁବନେଶ୍ୱର ଉପକଣ୍ଠ ବାଲିପଟଣା ଥାନା ଅନ୍ତର୍ଗତ ଭକରସାହିରେ ଚଢାଉ କରି ଏସଟିଏଫ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରି ଲକ୍ଷ୍ମୀଧର ସାହୁଙ୍କୁ ଗିରଫ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details