ଓଡିଶା

odisha

ETV Bharat / state

AIIMS Job scam: ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର - job scam in bhubaneswar

AIIMSରେ ଚାକିରି କରାଇଦେବା ନାଁରେ ୪ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି । ନକଲି ଅତିରିକ୍ତ ବିଏମସି କମିଶନରର ପରିଚୟ ଦେଇ ଠକୁଥିବା ଠକ ତରପଦା ମହାନ୍ତିକୁ ଗିରଫ କରିଛି ପୋଲିସ ।

ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର

By

Published : Jul 16, 2023, 7:06 AM IST

ଭୁବନେଶ୍ବର:AIIMSରେ ଚାକିରି କରାଇଦେବା ନାଁରେ ୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଚାକିରି ଦେବା ଆଳରେ ନିରୀହ ଯୁବକ ଯୁବତୀଙ୍କୁ ଠକି ଆସୁଥିବା ଠକ ତରପଦା ମହାନ୍ତିକୁ ଗିରଫ କରିଛି ପୋଲିସ । ତରପଦା ଦୀର୍ଘ ଦିନ ହେବ ଲୋକଙ୍କ ବିଶ୍ବାସ ସହ ଖେଳି ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ଶେଷରେ ସତ ସାମନାକୁ ଆସବା ପରେ ପୋଲିସ ତରପଦାକୁ ଗିରଫ କରିଛି । ଏହାସହ ତରପଦା ନକଲି ବିଏମସି କମିଶନର ସାଜି ଠକେଇ କରିଥିବା ନେଇ ଅଭିଯୋଗ ରହିଛି । ତେବେ ଅଭିଯୁକ୍ତ ଜଣକ ଲିଙ୍ଗରାଜ ଥାନା ଅଞ୍ଚଳର ଖରାଖିଆ ଅଞ୍ଚଳର ହୋଇଥିବା ଜଣାପଡିଛି ।

ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର
ସୂଚନା ମୁତାବକ, ବିଏମସି ଅଫିସରେ କଣ୍ଟ୍ରାକଚୁଆଲରେ କାମ କରୁଛନ୍ତି କିଛି ଫାର୍ମାସିଷ୍ଟ । ଯାହାଙ୍କ ସଂସ୍ପର୍ଶରେ ଆସିଥିଲା ଗିରଫ ହୋଇଥିବା ଅଭିଯୁକ୍ତ । ଏନେଇ ଦୁଇ ଫାର୍ମାସିଷ୍ଟଙ୍କ ସହ କଥା ହେବାବେଳେ ଫାର୍ମାସିଷ୍ଟ ଚାକିରି ପାଇଁ ଅନେକ ଯୁବକ ଆଶାୟୀ ଥିବା ସେ ଜାଣିବାକୁ ପାଇଥିଲା । ଏହାପରେ ଓଲ୍ଡ ଟାଉନର ବିଏମସି ହସ୍ପିଟାଲ ଆସିଥିବାବେଳେ ହସ୍ପିଟାଲରେ କାମ କରୁଥିବା ଜଣେ ଫାର୍ମାସିଷ୍ଟଙ୍କ ସହ ତାର ଦେଖା ହୋଇଥିଲା । ଆଉ ତାପରେ "କାହିଁକି ଏଠାରେ ଏତେ କମ୍‌ ଟଙ୍କାରେ କାମ କରୁଛ ?" ବୋଲି ଫାର୍ମାସିଷ୍ଟଙ୍କୁ ପଚାରିଥିଲା ଅଭିଯୁକ୍ତ । ଏପରିକି ନିଜକୁ ବିଏମସିର ଅତିରିକ୍ତ କମିଶନର ପରିଚୟ ଦେଇ ପ୍ରଥମେ ସେହି ଫାର୍ମାସିଷ୍ଟଙ୍କ ବିଶ୍ବାସ ଭାଜନ ହେବାରେ ସଫଳ ହୋଇଥିଲା ।
ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର

ପ୍ରଥମେ ପ୍ରଥମେ ବିଏମସିରେ ପୂର୍ବରୁ ଚାକିରି କରୁଥିବା ଦୁଇ ଜଣଙ୍କ ସମ୍ପର୍କରେ ତଥ୍ୟ ଦେବା ସହ ସେମାନଙ୍କୁ ଠକ ଚାକିରି ଦେଇଥିବା କହି ସେମାନଙ୍କୁ ମିଥ୍ୟା ପ୍ରମାଣ ମଧ୍ୟ ଦେଇଥିଲା ଅଭିଯୁକ୍ତ ତରପଦା ମହାନ୍ତି । ଏହାସହ BMC & NUHM Govt. Of Odishaର କାର୍ଯ୍ୟକ୍ରମ ଜରିଆରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ପର୍ଯ୍ୟାୟକ୍ରମେ ୪ ଲକ୍ଷ ୯ ହଜାର‌ଟଙ୍କା ନେଇଥିଲା। ଏପରିକି ବିଏମସି କମିଶନର ଷ୍ଟାମ୍ପ ଥିବା ଏକ ରେଫରାଲ ଲେଟର ସହ ଲିଙ୍ଗରାଜ ଥାନା NUHMର ଡାଇରେକ୍ଟର ନାମରେ ଏକ ନକଲି ଚିଠି ମଧ୍ୟ ଦେଇଥିଲା । ଆଉ ଖୁବଶୀଘ୍ର ଏମ୍ସରୁ ଜଏନିଂ ଲେଟର ଆସିବ ବୋଲି ଆଶାୟୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣକ ସମୟ ଗଡାଇ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ...ୱାର୍କ ଫ୍ରମ୍ ହୋମ ନାଁରେ ଆସୁଛି ଲିଙ୍କ୍, ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ

ଅଭିଯୋଗକାରୀଙ୍କ ମନରେ ସନ୍ଦେହ ହେବାରୁ ସେ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ଦେବା ପରିବର୍ତ୍ତେ ପୁଣି ଥରେ ସମୟ ଗଡ଼ାଇ ଚାଲିଥିଲା ଅଭିଯୁକ୍ତ । ଶେଷରେ ଲିଙ୍ଗରାଜ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତା ନିକଟରୁ ନକଲି ବିଏମସି କମିଶନରଙ୍କ ଏକ ଷ୍ଟାମ୍ପ ସହ ଲେଟରପ୍ୟାଡ ଜବତ ହୋଇଛି । ଏପରି ଠକାମିର ଶିକାର ହୋଇଥିଲେ ତୁରନ୍ତ ଥାନାରେ ରିପୋର୍ଟ କରିବା ସହ ୦୬୭୪-୨୩୪୦୪୭୫/ ୮୨୮୦୩୩୮୩୧୧ ନମ୍ବରରେ ଯୋଗଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details