ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ଆରମ୍ଭ ହେଲା କୋଭିଡ ଟୀକାକରଣ ପୂର୍ବାଭ୍ୟାସ

ଖୋର୍ଦ୍ଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କୋରୋନା ଟିକାକରଣର ଡେମୋ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ସନତ କୁମାର ମହାନ୍ତି ଏହି ଟିକାକରଣ କେନ୍ଦ୍ରକୁ ଉଦଘାଟନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଆରମ୍ଭ ହେଲା କୋଭିଡ ଟୀକାକରଣ ପୂର୍ବାଭ୍ୟାସ
ଖୋର୍ଦ୍ଧାରେ ଆରମ୍ଭ ହେଲା କୋଭିଡ ଟୀକାକରଣ ପୂର୍ବାଭ୍ୟାସ

By

Published : Jan 2, 2021, 2:25 PM IST

ଖୋର୍ଦ୍ଧା: ଟିକାକରଣ ପାଇଁ ସାରା ଓଡ଼ିଶାରେ କରାଯାଉଛି ଡ୍ରାଏରନ୍ ମକଡ୍ରିଲ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କୋରୋନା ଟିକାକରଣର ଡେମୋ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ସନତ କୁମାର ମହାନ୍ତି ଏହି ଟିକାକରଣ କେନ୍ଦ୍ରକୁ ଉଦଘାଟନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭୫୫୬ ଜଣ କୋଭିଡ୍ ଯୋଦ୍ଧାକୁ ଟିକା ଦିଆଯିବ ବୋଲି ସ୍ଥିରିକୃତ ହୋଇଥିବା ବେଳେ ୧୨ଟି ସିଏଚସି, ୪୭ଟି ପିଏଚସି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ କେନ୍ଦ୍ରରେ ଏହି ଟିକାପ୍ରଦାନ କରାଯିବ । ଏହି ଭଳି ୬୦ଟି କେନ୍ଦ୍ରରେ ଏକକାଳୀନ ଏହି ଟିକା ଦିଆଯିବ ଓ ଏଥିଲାଗି ୫୪୮ ଜଣ କର୍ମଚାରୀ ନିୟୋଜିତ ରହିବେ ବୋଲି ସିଡ଼ିଏମଓ ଡ଼.ପତି କହିଛନ୍ତି ।

ଖୋର୍ଦ୍ଧାରେ ଆରମ୍ଭ ହେଲା କୋଭିଡ ଟୀକାକରଣ ପୂର୍ବାଭ୍ୟାସ

ପ୍ରତ୍ୟେକ ଦିନ 100ଜଣଙ୍କୁ ଟିକାଦାନ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଟିକା ନେବାକୁ ଥିବା କୋଭିଡ଼ ଯୋଦ୍ଧାଙ୍କ ନାମ ପୂର୍ବରୁ ପଞ୍ଜିକୃତ ସରିଛି । ଟିକା ନେବାକୁ ଥିବା ଯୋଦ୍ଧାଙ୍କୁ ଏସଏମଏସ ଜରିଆରେ ସୂଚନା ଦିଆଯିବ ଓ ଧାର୍ଯ୍ୟ ତାରିଖରେ ନାମ ପଞ୍ଜିକରଣ ସମୟରେ ଆଧାରକାର୍ଡ଼କୁ ବାଧ୍ୟତାମୂଳକ କରାଯାଇଛି ।

୨ୟ ପର୍ଯ୍ୟାୟରେ ପର୍ଯ୍ୟବେକ୍ଷଣ ଗୃହରେ ପୁନଃ ପଞ୍ଜିକରଣ ଯାଞ୍ଚ ସହ ଆଧାରକାର୍ଡ଼କୁ ମଧ୍ୟ ସଂଯୋଗ କରାଯିବ । ଟିକାନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ମିନିଟ ପାଇଁ ଅବଜରଭେସନରେ ରହିବା ପରେ ଘରକୁ ଛଡ଼ାଯିବ । ଏଥିସହ ସକାଳ ୯ଟାରୁ ୪ ମଧ୍ୟରେ ଏହି ଟିକାଦିଆଯିବ ଓ ପ୍ରତି ଘଣ୍ଟାରେ ୨୫ଜଣଙ୍କୁ ଟିକାକରଣ କରାଯିବ ବୋଲି ସିଡ଼ିଏମଓ କହିଥିଲେ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details