ଖୋର୍ଦ୍ଧା:ଥାନାରେ ASIଙ୍କ ଦାଦାଗିରି । ନିଶାସକ୍ତ ଅବସ୍ଥାରେ ଥାନାରେ ଦେଖାଇଲେ ଦବଙ୍ଗଗିରି । ଥାନାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଟେକା ମାରି ମୁଣ୍ଡ ଫଟାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରୁ । ଏହି ଘଟଣାରେ ଅଭିଯୁକ୍ତ ASIଙ୍କୁ ନିଲମ୍ବିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ - ନିଶାସକ୍ତ ଅବସ୍ଥାରେ କନେଷ୍ଟବଳଙ୍କ ଉନ୍ମତ କାଣ୍ଡ, ପୋଲିସ ଉପରକୁ ହାତ ଉଠାଇଲେ
ସୂଚନା ମୁତାବକ, ଜଙ୍କିଆ ଥାନାରେ କାର୍ଯ୍ୟରତ ASI ନିରଞ୍ଜନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟଙ୍କୁ ମାଡ଼ ମାରି ମୁଣ୍ଡ ପଠାଇ ଦେଇଥିଲେ । ଏହି ସମ୍ପର୍କରେ ଆହତଙ୍କ ପତ୍ନୀ ବନିତା ହରିଚନ୍ଦନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଜଙ୍କିଆ ବାଲିଗାଡିଆ ଗ୍ରାମର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ ନିଜର ଜଣେ ସମ୍ପର୍କୀୟ ସହିତ କୌଣସି ଏକ କାର୍ଯ୍ୟରେ ଥାନାକୁ ଯାଇଥିଲେ । ସେହି ସମୟରେ ଥାନା ASI ନିରଞ୍ଜନ ମହାନ୍ତିଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏନେଇ ASI ନିରଞ୍ଜନ ମହାନ୍ତି ଏଥିରେ ଉତକ୍ଷିପ୍ତ ହୋଇ ଏକ ଟେକା ନବକିଶୋରଙ୍କ ମୁଣ୍ଡକୁ ଫୋପାଡ଼ି ଦେବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ତେବେ ଏନେଇ ନବକିଶୋର ଖୋର୍ଦ୍ଧା ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ବେଳେ, ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ।