ଓଡିଶା

odisha

ETV Bharat / state

ରାଜଧାନୀରେ ନିଶା ରାକେଟ ଠାବ, 7 ଗିରଫ - ବିପଥଗାମୀ ଯୁବପିଢ଼ି

ନିଶା ମାୟାରେ ବାୟା ଯୁବପିଢ଼ି । ରାଜଧାନୀରେ ନିଶା ମାଫିଆ ରାକେଟର ଖୁଲାସା କଲା କମିଶନରେଟ ପୋଲିସ । ପୋଲିସ 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 10 ଗ୍ରାମ ବ୍ରାଉନସୁଗାର ସମେତ ଅନ୍ୟ ନିଶା ସାମଗ୍ରୀ ଜବତ ହୋଇଛି । ଅଧିକ ପଢ଼ନ୍ତୁ

drug racket busted in bhubaneswar
ରାଜଧାନୀରେ ନିଶା ରାକେଟ ଠାବ, 7 ଗିରଫ

By

Published : Nov 2, 2022, 3:10 PM IST

ଭୁବନେଶ୍ବର: ନିଶା ମାୟାରେ ବାୟା ଯୁବପିଢ଼ି । ଟଙ୍କା ଆଶାରେ ବିପଥଗାମୀ ଯୁବପିଢ଼ି । ପାଠୁଆ ଯୁବକଙ୍କୁ ଢାଲ କରି ବେଆଇନ ନିଶା ବ୍ୟବସାୟ କରିବା ଦ୍ବାରା ମାଫିଆ ମାଲାମାଲ ହେଉଥିବାବେଳେ ପୋଲିସ ଜାଲରେ ପଡ଼ି ଉଜ୍ଜଳ ଭବିଷ୍ୟତ ନଷ୍ଟ କରୁଛନ୍ତି ଯୁବପିଢ଼ି । ଏଭଳି ଏକ ରାକେଟର ଖୁଲାସା କରିଛି କମିଶନରେଟ ପୋଲିସ । ନିଶା ମାଫିଆ ରାକେଟର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିଶା ମାଫିଆ ଓ ଦଲାଲ ଥିବା ଜଣାପଡ଼ିଛି ।

ରାଜଧାନୀରେ ନିଶା ରାକେଟ ଠାବ

ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଆର୍ତ୍ତତ୍ରାଣ ଆଶ୍ରମ ନିକଟରେ ଜଣେ ଇଞ୍ଜିନିୟରିଂ ଛାତ୍ର ନିଜର ସହଯୋଗୀ ସହ ମିଶି ବ୍ରାଉନସୁଗାର ବିକ୍ରି କରୁଥିବା ବିଶେଷ ସୂତ୍ରରୁ କମିଶନରେଟ ପୋଲିସ ସୂଚନା ପାଇଥିଲା । ଛୋଟ ଛୋଟ ପୁଡିଆ କରି ପାଖରେ ରଖୁଛନ୍ତି ଯାହାକୁ ନେବା ପାଇଁ କିଛି ପାଠ ପଢୁଆ ଯୁବପିଢି ସେଠାକୁ ଆସୁଛନ୍ତି। ଅନେକ ଇଞ୍ଜିନିୟରିଂ ଛାତ୍ର ସହ ବଡବଡ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଯୁବକ ଓ ଯୁବତୀ ସେମାନଙ୍କଠାରୁ ବ୍ରାଉନସୁଗାର ନେଉଥିଲେ । ଯୁବକମାନେ ଏହାକୁ ବିକ୍ରି କରିବା ସହ ସେବନ ମଧ୍ୟ କରୁଛନ୍ତି । ତେବେ କମିଶନରେଟ ପୋଲିସ ଏହି ରାକେଟକୁ ଧରିବା ପାଇଁ ଯୋଜନା କରିଥିଲା । ପ୍ରଥମେ ସାଧା ପୋଷାକରେ ପୋଲିସ ସେଠାରେ ପହଞ୍ଚି ନିଶା ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲା । ପୋଲିସ ସେମାନଙ୍କ ପିଛା କରି ନିଶା ଦଲାଲଙ୍କ ପାଖରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଏହାପରେ ସେମାନଙ୍କ ଚଢ଼ାଉ କରିବାରେ ପୋଲିସ ସଫଳ ହୋଇଥିଲା । ରାକେଟର ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର, ଫଏଲ ପେପର, ଲାଇଟାର ଓ ମ୍ୟାଚ ବକ୍ସ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସିପି ରମେଶ ଚନ୍ଦ୍ର ବିଶୋୟୀ। ସେ କହିଛନ୍ତି, "ଟଙ୍କା ରୋଜଗାର ପାଇଁ ନିଶା ବ୍ୟବସାୟୀ ଯୁବପିଢ଼ିଙ୍କୁ ନିଜ ଜାଲରେ ଫସାଇ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ମୋଟ ୬୩ଟି ବ୍ରାଉନସୁଗାର ମାମଲା ପଞ୍ଜୀକୃତ ହୋଇ ୧୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି ।" ସେମାନଙ୍କଠାରୁ ୨ କେଜି ୪୭ ଗ୍ରାମ ବ୍ରାଉନସୁଗାର ଏବଂ ୭,୨୫,୧୫୦ ଟଙ୍କା, ୩୧୦ ଗ୍ରାମ ସୁନା, ୪୫୦ ଗ୍ରାମ ରୁପା, ୫୦ଟି ମୋବାଇଲ ଫୋନ ଏବଂ ୨୨ଟି ମୋଟର ସାଇକେଲ ଜବତ କରାଯାଇଥିବା ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details