ଖୋର୍ଦ୍ଧା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦେଖାଦେଇଛି ପିଇବା ପାଣି ସମସ୍ୟା । ପ୍ରବଳ ଖରା ହେବା କାରଣରୁ କୂଅ, ପୋଖରୀ, ନଦୀ, ନଳକୂପର ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଫଳରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳାଦଳ ଗ୍ରାମପଞ୍ଚାୟତର ନନ୍ଦ ସାହି ଓ ବ୍ରାହ୍ମଣ ସାହିରେ ପିଇବା ପାଣି ସମସ୍ୟା ନେଇ ଗ୍ରାମରେ ଥିବା ପମ୍ପ ହାଉସ ସହ ପଞ୍ଚାୟତରେ ତାଲା ପକାଇଛନ୍ତି ସାହିବାସୀ ।
ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ, ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦେଖାଦେଇଛି ପିଇବା ପାଣି ସମସ୍ୟା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ । ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । ଅଧିକ ପଢନ୍ତୁ...
ଦୀର୍ଘ ଦିନ ହେବ ପାଇପ ଯୋଗେ ପାଣି ନ ଆସିବାରୁ ଅସରଳା ଗ୍ରାମପଞ୍ଚାୟତ ଦୁଇ ସାହିର ପୁରୁଷ ଏବଂ ମହିଳା ପାନୀୟ ଜଳ ଯୋଗାଣ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପାଣି ପମ୍ପ ହାଉସରେ ତାଲା ପକାଇଥିଲେ । ଫଳରେ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପଞ୍ଚାୟତର ପିଇଓ ଓ ସରପଞ୍ଚ ଅଟକ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବୋଲଗଡ଼ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଏବଂ ଵାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ସହ ଟ୍ୟାଙ୍କର ସାହାଯ୍ୟରେ ପାଣି ଦେବାର ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ତାଲା ଖୋଲିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ