ଭୁବନେଶ୍ବର:ଏମ୍ସ (AIIMS)ର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ଡ. ଦିଲ୍ଲୀପ କୁମାର ପରିଡ଼ା । ସେ ଜଣେ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଭାବେ ସୁପରିଚିତ । ଡକ୍ଟର ପରିଡ଼ା ଏମ୍ସ ଦିଲ୍ଲୀ, ନିଗ୍ରିମ୍ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସେ ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ. ଆଶୁତୋଷ ବିଶ୍ବାସ ନୂଆ ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଡକ୍ଟର ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଜଣେ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଭାବେ ସୁପରିଚିତ ଡ. ପରିଡ଼ା । ସେ ଏମ୍ସ ଦିଲ୍ଲୀ, ନିଗ୍ରିମ୍ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଡ. ପରିଡ଼ା ୨୦୧୩ରେ ଏମ୍ସ ଭୁବନେଶ୍ବରରେ ଯୋଗ ଦେଇଥିଲେ । ପୂର୍ବରୁ ମଧ୍ୟ (୨୦୧୬-୧୭)ରେ ଡ. ପରିଡ଼ା ଏମ୍ସ ଭୁବନେଶ୍ବରର ମେଡିକାଲ୍ ଅଧୀକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି।