ଓଡିଶା

odisha

ETV Bharat / state

Dot Fest In Bhubaneswar: ଆଜିଠୁ ଡଟ୍‌ ଫେଷ୍ଟ, ଲୋକଙ୍କୁ ସୁରକ୍ଷା ଦେବେ ପୋଲିସ ମିତ୍ର - ଭୁବନେଶ୍ବର ଖବର

ଆଜିଠୁ ପୁଣି ଦୁଲକିବ ରାଜଧାନୀ । ମେଗା ହକି ଇଭେଣ୍ଟ ସହ ଆୟୋଜିତ ହେଉଛି ଡଟ୍‌‌ ଫେଷ୍ଟ । ଅଧିକ ପଢ଼ନ୍ତୁ

Dot fest program
ନିୟୋଜିତ ହେବେ ପୋଲିସ ମିତ୍ର

By

Published : Jan 15, 2023, 7:08 AM IST

ନିୟୋଜିତ ହେବେ ପୋଲିସ ମିତ୍ର

ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ପୁରୁଷ ହକି ବିଶ୍ଵକପ । ଏହି ଉତ୍ସବକୁ ଆଉ ଟିକେ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ଏବେ ଉତ୍ସବ ମୁଖର । ଆଗାମୀ ୧୦ଦିନରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ ସହର ଭିତରେ । ଏହା ସମସ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ତେଣୁ ଚ୍ୟାଲେଞ୍ଜକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଅନୁରୋଧ କରିଛନ୍ତି ବିଡ଼ିଏ ଭିସି । କାରଣ ଆଜିଠୁ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଡଟ ଫେଷ୍ଟ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ।

ବଲିଉଡ ଓ ଓଲିଉଡ଼ କଣ୍ଠଶିଳ୍ପୀଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ ଓ ଏକାମ୍ର ହାଟରେ ନାଇଟ୍ ବଜାର ଚାଲିବ । ତେଣୁ ଏହି ସବୁ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ମିତ୍ରଙ୍କ ସହଯୋଗ ଲୋଡାଯାଇଛି । ଏନେଇ ଇଡକଲ ଅଡିଟୋରିୟମରେ ପୋଲିସ୍ ମିତ୍ର ଓରିଏଣ୍ଟଏସନ୍ ବା ପ୍ରଶିକ୍ଷଣ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।

ସାଧାରଣ ଜନତାଙ୍କୁ ସହାୟତା ଦେବା ପାଇଁ ପୋଲିସ ମିତ୍ର ପୋଲିସଙ୍କୁ ସହଯୋଗ କରିବେ ବୋଲି ଏହି ପ୍ରୋଗ୍ରାମରେ ଦାୟିତ୍ଵ ଦିଆଯାଇଛି । ପୋଲିସ୍ ମିତ୍ର ପୋଲିସକୁ ଦେବେ ଖବର । ଅପରାଧ, ଗଣ୍ଡଗୋଳ ହେଉ କି ଟ୍ରାଫିକ ଜାମ ସମସ୍ୟା ସବୁଥିରେ ପୋଲିସ୍ ମିତ୍ର ପୋଲିସଙ୍କୁ ଖବର ଦେବେ । କାର୍ଯ୍ୟକ୍ରମ ଦେଖିବା ପାଇଁ ବିଦେଶୀ ନାଗରିକ ଓ ଜନସାଧାରଣଙ୍କୁ ସାହାଯ୍ୟ କରିବେ ।

ଏହାସହ ହକି ବିଶ୍ଵକପରେ ସହଯୋଗ କରିବେ । ହକି ଷ୍ଟାଡିୟମ୍, ଡ଼ଟ୍ ଫେଷ୍ଟ, ଭୁପେଷ୍ଟୋ ଗ୍ରାଉଣ୍ଡରେ ପାର୍କିଂ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କାମ କରିବେ ପୋଲିସ୍ ମିତ୍ର । ବିଶେଷ ଭାବେ ଏମାନେ ସହରର ଜନଗହଳି ବା କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ଭିଡ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମରେ ବିଡ଼ିଏ ଭିସି, ଡିସିପି ଭୁବନେଶ୍ୱର, ଅତିରିକ୍ତ ପୋଲିସ୍ କମିଶନର ଓ ପୋଲିସ୍ ମିତ୍ର ଯୋଗ ଦେଇଥିଲେ ।

ଡଟ୍ ଫେଷ୍ଟ ପାଇଁ ସିସିଟିଭି ସର୍ଭେଲାନ୍ସରେ ରହିଛି ପୂରା ପ୍ରଦର୍ଶନୀ ପଡ଼ିଆ । ଅପରାଧୀଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ୍ । ଡଟ୍ ଫେଷ୍ଟ ସମୟରେ ରାମ ମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସନ୍ଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଲୋକମାନେ ଛିଡ଼ା ହୋଇ ଦେଖିବାର ମଧ୍ୟ ବ୍ୟବସ୍ଥା ହୋଇଛି । ସେହିପରି କ୍ୟାପିଟାଲ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ହିନ୍ଦୀ ସ୍କୁଲ ଓ ଫୁଟବଲ ଗ୍ରାଉଣ୍ଡରେ ପାର୍କିଂ ହେବ । ହକି ଟିକେଟ ବା ପାସଧାରୀଙ୍କ ପାଇଁ ମୋ ବସରେ ମାଗଣା ଯାତାୟାତ ସୁବିଧା ହୋଇଥିବାରୁ ଗାଡ଼ି ନଆଣି ମୋ ବସ୍ ସହଯୋଗ ନେବାକୁ ଅନୁରୋଧ କରିଛନ୍ତି ଡିସିପି । ତେବେ ଜାନୁଆରୀ ୧୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜଧାନୀର ପୃଥକ ପୃଥକ ସ୍ଥାନରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details