ଭୁବନେଶ୍ବର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ଏକ ହ୍ବାଟ୍ସଆପ ଗ୍ରୁପ ତିଆରି ହୋଇଥିଲା । ଯେଉଁଥିରେ ତିନିଜଣ ଯୁବତୀ ଥିବା ସୂଚନା ମିଳିଛି । ଗ୍ରୁପଟିକୁ ଆଜେକ୍ସଙ୍କ ବାନ୍ଧବୀ ଖୋଲିଛନ୍ତି । ଏହାମଧ୍ୟ କୁହାଯାଉଛି ଯେ, ଆଜେକ୍ସ ତିନି ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ । ସାଇବର ଏକ୍ସପର୍ଟଙ୍କ ଯାଞ୍ଚ ପରେ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି ।
ହ୍ବାଟ୍ସଆପ ଗ୍ରୁପରେ ତିନି ଜଣ ଯୁବତୀ ଆଜେକ୍ସଙ୍କ ସମ୍ପର୍କରେ କଥା ହେଉଥିଲେ । ସେ କେଉଁମାନଙ୍କ ସହ କଥା ହେଉଛନ୍ତି ତାର ଡାଟା ସଂଗ୍ରହ କରୁଥିଲେ । ଆଜେକ୍ସଙ୍କ ବିରୋଧରେ ଯୋଗାଡ଼ କରିଥିବା ସବୁ ପ୍ରମାଣକୁ ସଂଗ୍ରହ କରିଥିଲେ । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନ୍ୟ ଦୁଇଜଣ ଯୁବତୀଙ୍କୁ ଖାରବେଳ ଥାନା ପୋଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି । ତେବେ କାହିଁକି ହ୍ବାଟ୍ସଆପ ଗ୍ରୁପ କରି କଥା ହେଉଥିଲେ ତିନି ଯୁବତୀ । ସେମାନଙ୍କ ପାଖରେ ଆଜେକ୍ସଙ୍କ ବିରୋଧରେ କିଛି ପ୍ରମାଣ ଥିଲା କି? କାରଣ ଅନେକ ସମୟରେ ଆଜେକ୍ସଙ୍କ ବାନ୍ଧବୀ ତାଙ୍କୁ ଧମକ ଦେବା ସହ ଟଙ୍କା ମାଗୁଥିବାର ପରିବାର ଅଭିଯୋଗ କରିଛନ୍ତି । ତେଣୁ ଲୋକଲଜ୍ଜା ସହିନପାରି ସେ ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଆଜେକ୍ସଙ୍କ ପରିବାର ଓ ବନ୍ଧୁ କହିଛନ୍ତି । ଅନ୍ୟପଟେ ଆଜେକ୍ସଙ୍କ ଅନ୍ୟ ଝିଅ ସହ ସମ୍ପର୍କଥିବା କଥାକୁ ପରିବାରେ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।