ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ହିରାପୁର ପଞ୍ଚାୟତ ଇନ୍ଦିପୁର ଗ୍ରାମରେ ଅଘଟଣ । ସୋମବାର ଦିନ ଜଣେ ଦିବ୍ୟାଙ୍ଗ ଝିଅ ସ୍ଥାନୀୟ ଖଣି ପୋଖରୀରେ ଗାଧୋଇବା ପାଇଁ ଯାଇ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।
ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ - ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ
ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ହିରାପୁର ପଞ୍ଚାୟତ ଇନ୍ଦିପୁର ଗ୍ରାମରେ ଅଘଟଣ । ଆଗକୁ ପଢନ୍ତୁ...
ଇନ୍ଦିପୁର ଗ୍ରାମର ଭୀମନାୟକଙ୍କ ଝିଅ ମମତା ନାୟକ(୧୭) ଆଜି ମଧ୍ୟାହ୍ନ ସମୟରେ ଗାଧାଇବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ସନ୍ଦେହ କରି ପୋଖରୀରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କସହଯୋଗରେ ଖଣିପୋଖରୀରୁ ଉଦ୍ଧାର କରି ସ୍ଥାନୀୟ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ଜଙ୍କିଆ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବେଛେଦ ଲାଗି ଖୋର୍ଦ୍ଧା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ