ଖୋର୍ଦ୍ଧା :ନାହିଁ ବାଜା ,ବାଣ, ରୋଷଣୀ କି ବରଗାଡି । ମନ ସହ ମିଶିଲା ମନ । ଫୁଲମାଳ ଅଦଳ ବଦଳ କରି ସରିଲା ବାହାଘର । ଆଉ ସାତ ଜନ୍ମର ସାଥି ହେଲେ ଜୟରାମ ଓ ଅର୍ଚ୍ଚନା । ଏ ହେଉଛି ଗୋଟିଏ ନିଆରା ବାହାଘର। କାହିଁକି ନା ଉଭୟ ଦିବ୍ୟାଙ୍ଗ ।
ଘଟଣାଟି ଥିଲା ଏମିତି , ଅର୍ଚ୍ଚନା ଛଅ ସାତ ବର୍ଷର ହୋଇଥିବା ବେଳେ ଅନାଥ ହୋଇଯାଇଥିଲା । ପୁଣି ଦିବ୍ୟାଙ୍ଗ ମଧ୍ୟ । ତାଙ୍କର ଗୋଟିଏ ଗୋଡ଼ ଓ ହାତ ଠିକ ଭାବରେ କାର୍ଯ୍ୟ କରେ ନାହିଁ। ଆଦୃତ ନାମକ ଶିଶୁ ସୁରକ୍ଷା ସଂଗଠନ ଏହି ଶିଶୁ କନ୍ୟାକୁ ୨୦୦୬ରେ ଆଦରି ନେଇଥିଲା । ସେଠାରେ ସେ ଲାଳିତ ପାଳିତ ହୋଇ ଏବେ ୨୨ ବର୍ଷର ଯୁବତୀ ହେବା ପରେ ସେହି ଅନୁଷ୍ଠାନରେ ଚାକିରୀ କରୁଛନ୍ତି । ଠିକ ସେହିପରି ଜୟରାମ ପିଲାବେଳୁ ଅନାଥ । କଥା ଠିକ ଭାବରେ କହି ପାରନ୍ତିନି ।