ଖୋର୍ଦ୍ଧା: ଗତ ବୁଧବାର ବୋଲଗଡ଼ ନଡିଘୋଷ ଭବନରେ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଅପରାଜିତା ସୋନାଲିଙ୍କ ତୁ ତୁ ମେ ମେ । ବିଜେପି ଭିତରୁ ଅପରାଜିତାଙ୍କ ବିରୋଧରେ ଆରମ୍ଭ ହେଲାଣି ବିଦ୍ରୋହ । ମନମୁଖୀ କାର୍ଯ୍ୟ ପାଇଁ ନିଜେ ଅଡୁଆରେ ପଡିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ।
କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ବହୁ ତୁଙ୍ଗ ନେତା ଯୋଗଦେଇଥିଲେ ମଧ୍ୟ ସାଂସଦଙ୍କ ନିର୍ଦ୍ଦେଶରେ ମଞ୍ଚ ଉପରେ ପଡିଥିଲା ଚେୟାର । ମଞ୍ଚ ଉପରେ ସାଂସଦଙ୍କ ନିର୍ଦ୍ଦେଶ ମୁତାବକ ଲୋକଙ୍କୁ ବସାଯାଇଥିବା ବେଳେ ବହୁ ବରିଷ୍ଠ ରାଜ୍ୟ ସ୍ତରୀୟ ନେତା ମଞ୍ଚ ତଳେ ବସିଥିଲେ । ଘଟଣା ଏମିତି ହେଲା ଯେ ମଞ୍ଚ ତଳେ ବସିଥିବା ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ ସାଂସଦ ଅପରାଜିତଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ।