ଓଡିଶା

odisha

ETV Bharat / state

ଖୋର୍ଦ୍ଧା ଓ ଜଟଣୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଜିଲ୍ଲାପାଳଙ୍କ ଚଢାଉ - ବ୍ୟବସାୟିକ ପ୍ରତିଷ୍ଠାନ

ରାଜ୍ୟର ସର୍ବାଧିକ କୋରୋନା ପ୍ରଭାବିତ ଜିଲ୍ଲା ବର୍ତ୍ତମାନ ଖୋର୍ଦ୍ଧା ରହିଛି । ଆଉ ଏଠାରେ ସଂକ୍ରମଣକୁ କମ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଓ ଜଟଣୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଲ୍ଲାପାଳଙ୍କ ଚଢାଉ
ଖୋର୍ଦ୍ଧା ଓ ଜଟଣୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଲ୍ଲାପାଳଙ୍କ ଚଢାଉ

By

Published : Aug 25, 2020, 2:39 PM IST

ଖୋର୍ଦ୍ଧା: ଉପଖଣ୍ଡରେ କୋରୋନା ଗ୍ରାଫ ଉପର ମୁଁହା । ଦିନକୁ ଦିନ ଉପଖଣ୍ଡରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଚେନ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଖୋର୍ଦ୍ଧା ଓ ଜଟଣୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଲ୍ଲାପାଳଙ୍କ ଚଢାଉ

ଏନେଇ ଆଜି (ମଙ୍ଗଳବାର) ଜିଲ୍ଲାପାଳ ଏବଂ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ମାନେ ଖୋର୍ଦ୍ଧା ଏବଂ ଜଟଣୀ ସହରରେ ବିଭିନ୍ନ କ୍ଲିନିକ, ନର୍ସିଂହୋମ, ମେଡ଼ିସିନ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରି ବ୍ୟବସାୟୀ ମାନେ କାଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ଯାଞ୍ଚ କରିଛନ୍ତି । ଯେଉଁମାନେ ଏହି ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ କୋଭିଡ ନିୟମ କଡାକଡି ପାଳନ କରିବାକୁ ତାଗିଦ କରିଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details