ଓଡିଶା

odisha

ETV Bharat / state

ଅସହାୟଙ୍କୁ କମ୍ବଳ ବଣ୍ଟନ କଲା ପ୍ରୟାସ ଟ୍ରଷ୍ଟ - khurdha

ଶୀତ କବଳରୁ ରକ୍ଷା ପାଇବା ପାଇଁ ଦୁସ୍ଥ ଅସହାୟଙ୍କୁ କମ୍ବଳ ବାଣ୍ଟିଛି ପ୍ରୟାସ ଟ୍ରଷ୍ଟ । ଅଧିକ ପଢନ୍ତୁ...

ପ୍ରୟାସ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ କମ୍ଭଳ ବଣ୍ଟନ
ପ୍ରୟାସ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ କମ୍ଭଳ ବଣ୍ଟନ

By

Published : Jan 1, 2021, 11:14 AM IST

ଖେର୍ଦ୍ଧା: ଅସହାୟଙ୍କୁ ସାହା ହେଲା ସ୍ୱେଚ୍ଛାସେବୀ ସଂଗଠନ । ଗୋଟିଏ ପଟେ କରୋନା ମହାମାରୀ ତ ଅନ୍ୟପଟେ ବେରୋଜଗାର ହୋଇ ଅସହ୍ୟ ହୋଇ ପଡିଛନ୍ତି ଲୋକେ । ସେପଟେ ପ୍ରବଳ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ଶୀତ କବଳରୁ ରକ୍ଷା ପାଇବା ପାଇଁ ଦୁସ୍ଥ ଅସହାୟଙ୍କୁ କମ୍ବଳ ବାଣ୍ଟିଛି ପ୍ରୟାସ ଟ୍ରଷ୍ଟ ।

ପ୍ରୟାସ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ କମ୍ଭଳ ବଣ୍ଟନ

ଚଳିତ ବର୍ଷ ଅସ୍ୟହ ଡାଡକୁ ମୁକାବିଲା କରିବା ପାଇଁ କିଛି ଲୋକ ଖଣ୍ଡେ ଖଣ୍ଡେ କମ୍ବଳ ପାଉନଥିବା ଦେଖିବାକୁ ମିଳିଛି । ଏହି ଅସ୍ୟହ ଲୋକଙ୍କୁ ଶୀତ କବଳରୁ ରକ୍ଷା କରିବା ପାଇଁ ସେମାନଙ୍କୁ କମ୍ଭଳ ବାଣ୍ଟିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ । ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପ୍ରୟାସ ଓ ସୋର୍ଡର ମିଳିତ ଆନୁକୂଲ୍ୟରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗୋଟିଏ ପଟେ ନୂଆ ବର୍ଷକୁ ସ୍ୱାଗତ ଆଉ ପୁରୁଣା ବର୍ଷକୁ ବିଦାୟ ପାଇଁ ଲୋକେ ମଉଜ ମସ୍ତି ପାଇଁ ଯୋଜନା କରୁଥିବା ବେଳେ ପ୍ରୟାସ ଅନୁଷ୍ଠାନ ଆଉ ଧଳାପଥରର ସୋର୍ଡ ଅନୁଷ୍ଠାନ ସହଯୋଗରେ ଶତାଧିକ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସୋର୍ଡ ଅନୁଷ୍ଠାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦୀପ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ରାଜସୁନାଖଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଭାରତ ଚନ୍ଦ୍ର ସାମନ୍ତରାୟ,ପ୍ରୟାସ ଅନୁଷ୍ଠାନର ଅଧକ୍ଷ ଅତୁଲ୍ୟ କୁମାର ନିଷଙ୍କ,ଧଳାପଥର ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ବେହେରା,ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଏଭଳି ପ୍ରୟାସକୁ ସ୍ୱାଗତ କରିବା ସହ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details