ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: ଭିଡିଓ ମାଧ୍ୟମରେ ଆକ୍ରାନ୍ତଙ୍କ ଅଭିଯୋଗ - Disorder at Covid Hospital

ସରକାରୀ କୋଭିଡ ରିପୋର୍ଟ ପଜିଟିଭ ଆସୁଛି । କିନ୍ତୁ ରିପୋର୍ଟ ଦିଆଯାଉ ନାହିଁ । ଅନ୍ୟପଟେ ସେମାନେ 2200 ଟଙ୍କା ଖର୍ଚ୍ଚ କରି ଘରୋଇ ହସ୍ପିଟାଲରେ ପରୀକ୍ଷା କରି ନେଗେଟିଭି ରିପୋର୍ଟ ଆସିବା ପରେ ମଧ୍ୟ ସେମାନଙ୍କୁ ଛଡ଼ାଯାଉ ନାହିଁ ।

disorder-at-covid-hospital-corona-patient-complaint-through-video
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: ଭିଡ଼ିଓ ମାଧ୍ୟମରେ କୋରୋନା ଆକ୍ରାନ୍ତଙ୍କ ଅଭିଯୋଗ

By

Published : Jul 28, 2020, 9:19 PM IST

Updated : Jul 28, 2020, 9:43 PM IST

ଖୋର୍ଦ୍ଧା: ଜାମୁଝରି ମୁକ୍ତାକାଶ ଜେଲ ମଧ୍ୟରେ ପାଞ୍ଚସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଜିଲ୍ଲା ପ୍ରଶାସନ ଏବଂ ସମ୍‌ ହସ୍ପିଟାଲ ମିଳିତ ସହଯୋଗରେ ନିର୍ମାଣ ହୋଇଛି । କିନ୍ତୁ ସେଠାରେ ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତ ମାନେ ସେଠାରେ ସମ୍ମୁଖିନ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ।

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: ଭିଡ଼ିଓ ମାଧ୍ୟମରେ କୋରୋନା ଆକ୍ରାନ୍ତଙ୍କ ଅଭିଯୋଗ

ଅଭିଯୋଗ ଅନୁସାରେ ସରକାରୀ କୋଭିଡ ରିପୋର୍ଟ ପଜିଟିଭ ଆସୁଛି । କିନ୍ତୁ ରିପୋର୍ଟ ଦିଆଯାଉ ନାହିଁ । ଅନ୍ୟପଟେ ସେମାନେ 2200 ଟଙ୍କା ଖର୍ଚ୍ଚ କରି ଘରୋଇ ହସ୍ପିଟାଲରେ ପରୀକ୍ଷା କରି ନେଗେଟିଭି ରିପୋର୍ଟ ଆସିବା ପରେ ମଧ୍ୟ ସେମାନଙ୍କୁ ଛଡ଼ାଯାଉ ନାହିଁ । ସେହିପର ଉକ୍ତ କୋଭିଡ ହସ୍ପିଟାଲରେ ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ଠିକ ସମୟରେ ଡାକ୍ତର ଆସୁ ନଥିବା ସହ ସେଠାରେ ଚିକିତ୍ସିତ ହେଉଥିବା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗୀଙ୍କର ନିୟମିତ ପରୀକ୍ଷା ହେଉ ନଥିବା ଅଭିଯୋଗ କରିଛନ୍ତି । ସରକାର ଏନେଇ ପଦକ୍ଷେପ ନେବାକୁ ସେମନେ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 28, 2020, 9:43 PM IST

ABOUT THE AUTHOR

...view details