ଖୋର୍ଦ୍ଧା: ରାଜ୍ୟର ସ୍ବାସ୍ଥ୍ୟ ବିଭାଗକୁ ନେଇ ତତ୍ପର ହୋଇଉଠିଛି 'ମୋ ସରକାର' ଯୋଜନା । ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅଚାନକ ଗସ୍ତ କରୁଛନ୍ତି 5ଟି ଟିମ । ଏହି କ୍ରମରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରିଛନ୍ତି ।
ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡିକାଲ ପରିଦର୍ଶନ - ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ଖୋର୍ଦ୍ଧା ମେଡିକାଲ ଗସ୍ତ
ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଖୋର୍ଦ୍ଧା ମେଡିକାଲ ଗସ୍ତ କରିଛନ୍ତି । ରୋଗୀଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିବା ସହିତ ସମସ୍ତ ବିଭାଗ ବୁଲି ଦେଖିଛନ୍ତି ।
ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ମେଡିକାଲ ପରିଦର୍ଶନ
ସେଠାରେ ସମସ୍ତ ବିଭାଗ ବୁଲି ଦେଖିଛନ୍ତି ସଚିବ । ଏଥିସହିତ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ରୋଗୀ ସହ ମଧ୍ୟ ଆଲୋଚନା କରିଛନ୍ତି । ତେବେ ମେଡିକାଲରେ ସମସ୍ତ ପ୍ରକାର ମେଡିସିନ ମିଳୁଥିବା ନେଇ ଖୁସି ପ୍ରକଟ କରିଛନ୍ତି ସଚିବ । ଏଥିସହ ସେ କହିଛନ୍ତି ଏଠାରେ ଅଲ୍ଟ୍ରାସାଉଣ୍ଡର ସେବା ମିଳୁନଥିବାର ମଧ୍ୟ କହିଛନ୍ତି । ଏପରିକି ରକ୍ତ ପରୀକ୍ଷାରେ ବିଳମ୍ବ ହେଉଥିବାର ସେ ଅନୁଭବ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ