ଓଡିଶା

odisha

ETV Bharat / state

ଭିନ୍ନକ୍ଷମ ଅନୁଷ୍ଠାନ ଖୋଲିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଭିନ୍ନକ୍ଷମ - ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ଭିନ୍ନକ୍ଷମ ଅନୁଷ୍ଠାନକୁ ଖୋଲିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ନିବେଦନ କଲେ ଭିନ୍ନକ୍ଷମ । ଅଧିକ ପଢନ୍ତୁ....

ଭିନ୍ନକ୍ଷମ ଅନୁଷ୍ଠାନ ଖୋଲିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଭିନ୍ନକ୍ଷମ
ଭିନ୍ନକ୍ଷମ ଅନୁଷ୍ଠାନ ଖୋଲିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଭିନ୍ନକ୍ଷମ

By

Published : Nov 15, 2021, 2:43 PM IST

ଖୋର୍ଦ୍ଧା: ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ଭିନ୍ନକ୍ଷମ ଅନୁଷ୍ଠାନକୁ ଖୋଲିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ନିବେଦନ କେଲ ଭିନ୍ନକ୍ଷମ । ୩୦ ବର୍ଷ ତଳେ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓଡିଶାର ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ତାଲିମ୍ ନେଇ ନିଜେ ସ୍ଵାବଲମ୍ବୀ ହୋଇପାରିବେ, ସେନେଇ ଏହି ଅନୁଷ୍ଠାନଟି ଖୋଲିଥିଲେ ସରକାର । କିନ୍ତୁ ଆଠମାସ ତଳେ କିଛି ଅସାଧୁ କର୍ମଚାରୀଙ୍କ ଯୌନ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଛି ।

ଭିନ୍ନକ୍ଷମ ଅନୁଷ୍ଠାନ ଖୋଲିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଭିନ୍ନକ୍ଷମ

ତେବେ ଏହାଦ୍ବାରା ବହୁ ଭିନ୍ନକ୍ଷମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ତୁରନ୍ତ ଏହାକୁ ଖୋଲିବାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଭିନ୍ନକ୍ଷମମାନେ। ଯଦି ଜିଲ୍ଲାପାଳ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ଭିନ୍ନକ୍ଷମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details