ଓଡିଶା

odisha

ETV Bharat / state

୧୫ରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ବିମାନ, ରାଉଣ୍ଡ ଯାତ୍ରା ପାଇଁ ଟିକେଟ୍ ମୂଲ୍ୟ 20 ହଜାର - ଇଣ୍ଡିଗୋ ବିମାନ

ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଭରିବ। ଆସନ୍ତା ସୋମବାର ଠାରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ସଳଖ ବିମାନ ଉଡାଣ କରିବ। ଏହି ବିମାନ ସେବା ଦୁବାଇ କୁ ସପ୍ତାହକୁ ତିନି ଥର ଚଳାଚଳ କରିବ। ଅଧିକ ପଢନ୍ତୁ

Direct flights from Bhubaneswar to Dubai
Direct flights from Bhubaneswar to Dubai

By

Published : May 11, 2023, 7:30 PM IST

Direct flights from Bhubaneswar to Dubai

ଭୁବନେଶ୍ବର:ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଭରିବ। ଆସନ୍ତା ସୋମବାର ଠାରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ସଳଖ ଭାବରେ ବିମାନ ଉଡାଣ କରିବ। ଏନେଇ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଯୋଗାଇ ଦିଆଯିବ। ବିଶେଷ ଭାବରେ ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଦୁବାଇକୁ ଉଡିବ ବିମାନ। ଟିକେଟ୍ ମୂଲ୍ୟ ଗୋଟିଏ ପାର୍ଶ୍ବ ଯାତ୍ରା ପାଇଁ 10,000 ଟଙ୍କା ଏବଂ ରାଉଣ୍ଡ ଯାତ୍ରା ପାଇଁ 20,000 ଟଙ୍କାରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି।

ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଭୁବନେଶ୍ଵରରୁ ଦୁବାଇକୁ ବିମାନ ଉଡ଼ାଇବ। କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଶେଷ ଅବସ୍ଥାରେ ପହଁଚିଛି। ଅନ୍ୟପଟେ ମିଶନ ଶକ୍ତି ମହିଳା, କ୍ରୀଡ଼ାବିତ୍, ଆଦିବାସୀ ନେତା, ଓଡିଶାରେ ଦକ୍ଷ ଏବଂ କଳାକାରମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ପ୍ରଥମ 8ଟି ଟିକେଟ ହସ୍ତାନ୍ତର କରିଛନ୍ତି। ସେମାନେ ହେଉଛନ୍ତି ସୁନ୍ଦରଗଡ ଏସଡିସି ଚେୟାରମ୍ୟାନ୍ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସଡିସି ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲଏଫ ସଭାପତି ଜ୍ୟୋତିରେଖା ଚେତୀ , ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ, ଫୁଟବଲ ତାରକା ଅନୁରାଧା ବିଶ୍ଵାଳ , ଶୁଟର ଶ୍ରୀୟାଙ୍କା ସାଡଙ୍ଗୀ, ଯାଜପୁର ସରକାରୀ ପଲିଟେକ୍ନିକର ବଳରାମ ରାଉତ ଏବଂ ରାଉରକେଲା ସରକାରୀ ଆଇ ଟି ଆଇ ର ହିମାଂଶୁ ସାହୁ।

ଦୁବାଇକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହେବାର 2 ସପ୍ତାହ ମଧ୍ୟରେ ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ କାର୍ଯ୍ୟ ଆରମ୍ଭ ହେବ। ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ପରି ବିମାନ ଚଳାଚଳ ହବ୍ ସହିତ ସିଧାସଳଖ ସଂଯୋଗ ନିବେଶକ ସମ୍ପ୍ରଦାୟ, ପର୍ଯ୍ୟଟକ ତଥା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଓଡିଆ ଲୋକଙ୍କ ପାଇଁ ନିରାପଦ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସପ୍ତାହରେ ତିନିଥର ସିଧାସଳଖ ବିମାନ ଚଳାଚଳ କରିବ।

ସେହିପରି ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ।ଯାହା ଏବେ ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁର ହୋଇ ବିଦେଶକୁ ଯାଉଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details