ଓଡିଶା

odisha

ETV Bharat / state

ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚିଲା ଇଣ୍ଡିଗୋ ବିମାନ, ଯାତ୍ରୀଙ୍କୁ ଗୋଲାପ ଦେଇ ସ୍ଵାଗତ - ଦୁବାଇ ବିମାନ ବନ୍ଦରରେ ସେଲିବ୍ରେସନ

ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଛି ଇଣ୍ଡିଗୋ ବିମାନ । ଏହି ଅବସରରେ ବିମାନର ପ୍ରଥମ ଉଡ଼ାଣ ପୂର୍ବରୁ ଦୁବାଇ ବିମାନ ବନ୍ଦରରେ ସେଲିବ୍ରେସନ । ଏପଟେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇରୁ ଆସିଥିବା ଯାତ୍ରୀଙ୍କୁ ବିପୁଳ ଭାବରେ ସ୍ଵାଗତ କରିବା ସହ ଗୋଲାପ ସହ ସମ୍ବର୍ଦ୍ଧନା କରାଯାଇଛି ।

ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚିଲା ଇଣ୍ଡିଗୋ ବିମାନ
ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚିଲା ଇଣ୍ଡିଗୋ ବିମାନ

By

Published : May 15, 2023, 10:06 PM IST

ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚିଲା ଇଣ୍ଡିଗୋ ବିମାନ

ଭୁବନେଶ୍ବର: ଦୁବାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଛି ଇଣ୍ଡିଗୋ ବିମାନ। ଏହି ଅବସରରେ ବିମାନର ପ୍ରଥମ ଉଡ଼ାଣ ପୂର୍ବରୁ ଦୁବାଇ ବିମାନ ବନ୍ଦରରେ ସେଲିବ୍ରେସନ କରାଯାଇଛି। କେକ କାଟିବା ସହ ଦୁବାଇ ବିମାନ ବନ୍ଦରରେ ଯାତ୍ରୀ ମାନେ ଫଟୋ ଉଠାଇ ସେଲେବ୍ରେସନ କରିଛନ୍ତି। ଏପଟେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ରୁ ଆସିଥିବା ଯାତ୍ରୀଙ୍କୁ ବିପୁଳ ଭାବରେ ସ୍ଵାଗତ କରିବା ସହ ଗୋଲାପ ସହ ସମ୍ବର୍ଦ୍ଧନା କରାଯାଇଛି।

ଦୁବାଇ ରୁ ଭୁବନେଶ୍ବର ପାଇଁ ଉଦଘାଟନୀ ପରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଇଣ୍ଡିଗୋ ଦ୍ଵାରା ଦୁବାଇକୁ ସିଧାସଳଖ ବିମାନ ସେବା ଅନ୍ୟତମ ବୃହତ୍ତମ ଟ୍ରାଭେଲ୍ ହବ୍, ଓଡିଶାବାସୀଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ର, ପୁଞ୍ଜି ବିନିଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ। ଏହା ସହ ଦୁବାଇ ରୁ ବିମାନଟି ଭୁବନେଶ୍ଵର ରେ ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚିଥିଲା। ପ୍ରଥମ ବିମାନରେ ୧୮୫ ଜଣ ଟିକେଟ ଵୁକିଂ କରିଥିବା ବେଳେ ୧୮୩ ଜଣ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ତେବେ ଦୁବାଇରୁ ଭୁବନେଶ୍ବରକୁ ୪ ଘଣ୍ଟା ସମୟ ଲାଗିଥିବା ବେଳେ ଅନେକ ଓଡ଼ିଆ ଲୋକଙ୍କର ସମୟ ବଞ୍ଚିବା ସହ ଖୁବ ଶୀଘ୍ର ଓଡ଼ିଶାରେ ପହଞ୍ଚି ପାରିବେ। ତେବେ ପୂର୍ବରୁ ଦିଲ୍ଲୀ କୋଲକାତା ହୋଇ ଦୁବାଇ ରୁ ଆସୁଥିଲେ ଓଡ଼ିଆ।

ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ୱରରୁ-ଦୁବାଇ ବିମାନ ଯାତ୍ରା, ପ୍ରଥମ ଦିନରେ ସାମିଲ ହେଲେ 173 ଯାତ୍ରୀ

ଏହା ମଧ୍ୟ ପଢନ୍ତୁ- ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି ! ମାମଲା ରୁଜୁ କଲା CBI

ଅନ୍ୟପଟେ ଏନେଇ ଜଣେ ଯାତ୍ରୀ କହିଛନ୍ତି ଯେ, ଏହା ବହୁତ୍ ଖୁସିର କଥ । ଆମେ ସିଧାସଳଖ ଭାବରେ ଦୁବାଇ ରୁ ଭୁବନେଶ୍ବରକୁ ବିମାନ ଯୋଗେ ପହଞ୍ଚିପାରିଛୁ। ଏହି ବିମାନର ଅପରେସନକୁ ନେଇ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି। ଏଥିସହ କିଛି ଦିନ ତଳେ ଦୁବାଇରେ ଏକ ଜନସଭା ଆୟୋଜନ ହୋଇଥିଲା ସେଠାରେ ମୁଖ୍ୟମନ୍ତ୍ରୀ ଦୁବାଇ କୁ ବିମାନ ଉଡାଣ କୁ ନେଇ ଘୋଷଣା କରିଥିଲେ। ଯାହା ଆଜି ସଫଳ ହୋଇଛି। ୧୧ ବର୍ଷ ଧରି ଦୁବାଇ ରେ ରହି ଆସୁଥିବା ବେଳେ ଆମେ ଅସିବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲୁ ତାହା ଏବେ ସମାଧାନ ହୋଇଛି ବୋଲି କହିଛନ୍ତି ଯାତ୍ରୀ ପ୍ରିୟଦର୍ଶୀ ପାଣିଗ୍ରାହୀ।

ସେପଟେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାମିଲ ହୋଇଛନ୍ତି 173 ଯାତ୍ରୀ। ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଦୁବାଇକୁ ଉଡିବ ବିମାନ। ତେବେ ଆଜି ଦୁବାଇ ବିମାନ ସନ୍ଧ୍ୟା ୫ଟା 10 ରେ ପହଞ୍ଚିଥିବା ବେଳେ ଭୁବନେଶ୍ବର ରୁ ସନ୍ଧ୍ୟା ୬ଟା ୪୫ ରେ ଦୁବାଇ ଅଭିମୁଖେ ଯାତ୍ରା କରିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନୋଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁର ହୋଇ ବିଦେଶକୁ ଯାଉଛନ୍ତି। ଭୁବନେଶ୍ୱର ରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଲାଇ ବନ୍ଦ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details