ଓଡିଶା

odisha

ETV Bharat / state

Bhubaneswar to Dubai Direct flight: ମେ’ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ - ଦୁବାଇକୁ ବିମାନ ସେବା

ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡିବ ବିମାନ । ଏହାପରେ ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ । ଅଧିକ ପଢନ୍ତୁ

bhubaneswar to dubai flight service
ଆସନ୍ତା ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ଉଡିବ

By

Published : May 3, 2023, 1:59 PM IST

ଆସନ୍ତା ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ଉଡିବ

ଭୁବନେଶ୍ବର: ବିଦେଶ ଯାତ୍ରୀଙ୍କ ପାଇଁ ଖୁସି ଖବର । ସାକାର ହେବ ସ୍ବପ୍ନ । ଶୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ବର-ଦୁବାଇ ବିମାନ ସେବା । ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡିବ ବିମାନ । ଏହାପରେ ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

କୋରୋନା ପାଇଁ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ମେ ୧୫ରୁ ପ୍ରଥମ କରି ଭୁବନେଶ୍ବରରୁ ଦୁବାଇ ଉଡିବ ବିମାନ । ଏହା ପରେ ଜୁନ ୩ରୁ ବ୍ୟାଙ୍କକ ଓ ସିଙ୍ଗାପୁରକୁ ବିମାନ ସେବା ଆରମ୍ଭ ହେବ । ସିଙ୍ଗାପୁର ଓ ବ୍ୟାଙ୍କକ୍ ଯିବା ପାଇଁ ୧୫,୦୦୦ ଏବଂ ଦୁବାଇ ପାଇଁ ୨୦,୦୦୦ ଟଙ୍କା ଟିକେଟ ଖର୍ଚ୍ଚ ଲାଗିବ । ଏହା ଓଡିଶା ପାଇଁ ବେଶ ଲାଭଦାୟକ ଦେବ । ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ସୁବିଧା ଲୋକଙ୍କ ପାଖେ ବେଶ ସହଜରେ ପହଞ୍ଚିବ । ଏୟାରଲାଇନ୍ସ ଓ ଟ୍ରାଭେଲ ଏଜେନ୍ସି ଦ୍ବାରା ଯେମିତି ଟିକେଟ ହୁଏ ସେମିତି ହେବ । ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।

ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ । ମଙ୍ଗଳବାର, ଓ ଶନିବାର ଦୁଇ ଦିନ ବ୍ୟାଙ୍କକ ଓ ସିଙ୍ଗାପୁରୁକୁ ଉଡିବ ବିମାନ ମିଳିବ । ଦୁବାଇରୁ ଭୁବନେଶ୍ବରରେ ବିମାନ ସନ୍ଧ୍ୟା ୫ଟା ୨୦ ମିନିଟରେ ପହଞ୍ଚିବ । ଏହା ପରେ ୬ଟା ୩୦ରେ ଦୁବାଇ ଅଭିମୁଖେ ଯିବ । ସିଙ୍ଗାପୁର ପାଇଁ ଭୁବନେଶ୍ବରରୁ ୬ଟା ୨୫ରେ ବିମାନ ଛାଡିବ । ସେଠାକାର ସମୟ ଅନୁସାରେ ୦୧.୫ରେ ପହଞ୍ଚିବ । ୩ଟା ୫୦ରେ ସିଙ୍ଗୁପୁରରୁ ଫେରିବ । ବ୍ୟାଙ୍କକ ସେହି ଦିନ ମଙ୍ଗଳବାର, ଶନିବାର ୪ ଟା ୫୦ରେ ଭୁବନେଶ୍ବରରୁ ବାହାରିବ ଏବଂ ରିଟର୍ଣ୍ଣ ପାଇଁ ବୁଧବାର ଓ ସୋମବାର ୯ଟା ୧୦ରେ ପହଞ୍ଚିବ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରିନ ସିଗନାଲ ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ 3ଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା । ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁରୁ ହୋଇ ବିଦେଶକୁ ଯାଉଛନ୍ତି । ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଏବଂ ଏୟାର ଏସିଆ ଏହି ଦୁଇ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଳାଇ ବନ୍ଦ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details