ଓଡିଶା

odisha

ETV Bharat / state

ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର, ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ - ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ନୂତନ ଅତିଥି ଭବନର ଉଦଘାଟନ

ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ପୂର୍ବାଞ୍ଚଳ ଭାଷା କେନ୍ଦ୍ର
ପୂର୍ବାଞ୍ଚଳ ଭାଷା କେନ୍ଦ୍ର

By ETV Bharat Odisha Team

Published : Nov 19, 2023, 6:54 PM IST

ପୂର୍ବାଞ୍ଚଳ ଭାଷା କେନ୍ଦ୍ର

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବ ନିର୍ମିତ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ 16 କୋଟି ଟଙ୍କା ଖର୍ଚ୍ଚ କରି ନବକଳେବର କରିଛନ୍ତି କେନ୍ଦ୍ର ସରକାର । 7 ଏକର ଜାଗାରେ ତିଆରି ହୋଇଛି ପୂର୍ବାଞ୍ଚଳ ଭାଷା କେନ୍ଦ୍ର । କେନ୍ଦ୍ର ସରକାରଙ୍କ ସହାୟତାରେ ତିଆରି ହେବ ବଡ ଅଡିଟୋରିୟମ । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଗଣଶିକ୍ଷା ବିଭାଗ ଏହାର ଦାୟିତ୍ଵ ନେବା ପାଇଁ ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶାସ୍ତ୍ରୀୟ ଭାଷା ସମିତି ସ୍କୁଲ ଏବଂ କଲେଜ ସ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଜନ ଜୀବନକୁ ନେଇ ପ୍ରତିଯୋଗିତା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କ ସହଯୋଗ ନେଇ ଏହି କାର୍ଯ୍ୟକ୍ରମ କରିବା ପାଇଁ ଆହ୍ଵାନ କରିଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ.....ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର

ତେବେ ଓଡ଼ିଶାରେ ଓଡ଼ିଆ ଭାଷା ବ୍ୟତୀତ ଅନେକ ଲୋକଭାଷା ଅଛି । ଓଡ଼ିଶାରେ 60 ରୁ ଅଧିକ ଜନଜାତି ସମାଜ ଅଛନ୍ତି । ଏହି ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ଚାରୋଟି ଭାଷାରେ ପ୍ରଶିକ୍ଷଣ କରାଯାଏ । ସେଗୁଡ଼ିକ ହେଉଛି ଓଡ଼ିଆ, ବେଙ୍ଗଲୀ, ସାନ୍ତାଳୀ ଏବଂ ମୈଥିଳୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏନେଇ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି " ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କଲି । ଆଜି ଲୋକାର୍ପିତ ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଆ ଭାଷା ସମେତ ଶାନ୍ତାଳି, ବଙ୍ଗାଳୀ, ମୈଥିଲି ଭାଷା ପ୍ରଶିକ୍ଷଣ ସୁବିଧାକୁ ବ୍ୟାପକ କରିବାରେ ସହାୟକ ହେବ । ଏହି ଭବନର ନବକଳେବର ଅବସରରେ ଭାଷା କେନ୍ଦ୍ରର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ।" ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାର, ଓଡ଼ିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସଚିବ ଏସ. ଅଶ୍ୱଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details