ଓଡିଶା

odisha

ଦିଲ୍ଲୀ ଅଭିମୁଖେ ବାହାରିଲା ଅମୃତ କଳସ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ

ଆଜି ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀ ଅଭିମୁଖେ ବାରିଲା ବୀରଙ୍କ ଜନ୍ମମାଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 28, 2023, 12:05 PM IST

Published : Oct 28, 2023, 12:05 PM IST

Amrit Kalash Yatra
Amrit Kalash Yatra

Amrit Kalash Yatra

ଭୁବନେଶ୍ବର:ଦିଲ୍ଲୀ ଅଭିମୁଖେ ବାହାରିଲା ମୋ ମାଟି ମୋ ଦେଶ ଅଭିୟାନରେ ସାମିଲ ଥିବା ସ୍ବତନ୍ତ୍ର ଟ୍ରେନ। ଭୁବନେଶ୍ବର ଷ୍ଟେସନରେ ଏହାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଟ୍ରେନ ଦିଲ୍ଲୀରେ ପହଞ୍ଚିବା ପରେ ବିଭିନ୍ନ ଗାଁରୁ ସଂଗ୍ରହ ହୋଇଥିବା ବୀରମାନଙ୍କ ଜନ୍ମଭୂମିର ମାଟିକୁ ଦିଲ୍ଲୀର ଅମୃତ ବାଟିକାରେ ରଖାଯିବ । ରବିବାର ଅପରାହ୍ନ 2ଟା 30ରେ ଏହି ଟ୍ରେନ ଦିଲ୍ଲୀରେ ପହଞ୍ଚିବ ।

ଆଜି ସକାଳ ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ସଂଗୃହିତ ମାଟିକୁ ଧରି ଅମୃତ କଳସ ଯାତ୍ରା ଷ୍ଟେସନ ଅଭିମୁଖେ ବାହାରିଥିଲା । ବିଜେପିର ବହୁ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ । ସେଠାରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଏହି ଟ୍ରେନରେ ମାଟି କଳସକୁ ନେଇ ଆସିଥିବା କର୍ମୀ ମାନେ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ସକାଳ 10ଟାରେ ଯାତ୍ରା ଆରମ୍ଭ କରିଥିଲେ । ଆସନ୍ତା 31 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମାଟି କଳସଗୁଡ଼ିକ କର୍ତ୍ତବ୍ୟ ପଥରେ ସ୍ଥାପନ କରାଯିବ । ‘ମାଟିକୁ ନମନ ବୀରଙ୍କୁ ବନ୍ଦନ’ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଡ଼ି ହେବା ପାଇଁ ଅନୁରୋଧ କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ-ଆଜି ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ହେବ ଶୁଭାରମ୍ଭ, ଅମୃତ ବାଟିକାରେ ପହଁଞ୍ଚିବ ବୀରଙ୍କ ଜନ୍ମମାଟି

ଗତ ଅଗଷ୍ଟ 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ଯବାନ ମାନଙ୍କୁ ସମ୍ମାନ ଜଣାଇ ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶର ପ୍ରତି ଗାଁ, ପଞ୍ଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଞ୍ଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡ଼ିଶାର ଶହୀଦ ହୋଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରାଯାଇଥିଲା । ଆସନ୍ତା 31 ତାରିଖରେ ଦେଶର ପ୍ରାୟ 7500ରୁ ଉର୍ଦ୍ଧ୍ବ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ।

'ଅମୃତ କଳସ ଯାତ୍ରା’ ଜାତୀୟ ବୀରମାନଙ୍କ ପାଇଁ ଏକ ପବିତ୍ର ଶ୍ରଦ୍ଧାଞ୍ଜଳି ଯେଉଁମାନେ ଦେଶ ପାଇଁ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବିଭିନ୍ନ ଗାଁରୁ ସଂଗ୍ରହ ହୋଇଥିବା ସେହି ବୀରମାନଙ୍କ ଜନ୍ମଭୂମିର ମାଟିକୁ ଦିଲ୍ଲୀର ଅମୃତ ବାଟିକାରେ ରଖାଯିବ । ସେହି ମାଟିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details