ଓଡିଶା

odisha

Research Conclave: ରିସର୍ଚ୍ଚ ସୀମିତ ନ ରହି ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ: ଧର୍ମେନ୍ଦ୍ର

By ETV Bharat Odisha Team

Published : Aug 27, 2023, 7:01 AM IST

ଆଇଆଇଏମଟି ଭୁବନେଶ୍ବରରେ ଦିନିକିଆ ରିସର୍ଚ୍ଚ କନକ୍ଲେଭ ଆୟୋଜିତ । ରିସର୍ଚ୍ଚ ସୀମିତ ଭାବେ ନ ରହି ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Research Conclave
Research Conclave

Research Conclave

ଭୁବନେଶ୍ବର: ସ୍ପ୍ରିଂଜର ନେଚର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶନିବାର IIMT ଭୁବନେଶ୍ବରରେ ଦିନିକିଆ ଇଣ୍ଡିଆ ରିସର୍ଚ୍ଚ କନକ୍ଲେଭ ୨୦୨୩ ଆୟୋଜିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ ବର୍ଷ ଗୁଡିକରେ ଭାରତ ନିଜ ରିସର୍ଚ୍ଚ ବଳରେ କେତେ ଆଗକୁ ଯାଇପାରେ ସେ ନେଇ ଆଲୋଚନା ହୋଇଛି । ଏଥିରେ ଅନେକ ରିସର୍ଚ୍ଚର, ପଲିସି ମେକର ଏବଂ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଇଣ୍ଡିଆ ରିସର୍ଚ୍ଚ କନକ୍ଲେଭ ୨୦୨୩ କେବଳ ଏକ ଏକାଡେମିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଗୋଟେ ପ୍ଲାଟଫର୍ମ, ଯାହା ଦେଶର ଭବିଷ୍ୟତ ହେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦିଗଦର୍ଶନ । ଏହି କର୍ମଶାଳା କିଛି ଜଣଙ୍କ ମଧ୍ୟରେ ସୀମିତ ନରହି ପ୍ରତି ରିସର୍ଚ୍ଚର ଏବଂ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଫଳରେ ସମସ୍ତେ ନୂଆ କିଛି କରିବାର ଜିଜ୍ଞାସା ରଖିବେ । କେନ୍ଦ୍ରମନ୍ତ୍ରୀ ଅଭିଭାଷଣରେ ଆହୁରି କହିଛନ୍ତି ଯେ ଇଣ୍ଡିଆ ରିସର୍ଚ୍ଚ କନକ୍ଲେଭ ୨୦୨୩ ଏକ ପ୍ଲାଟଫର୍ମ ଯାହା ସଂଳାପ ସୃଷ୍ଟି କରେ । ଭବିଷ୍ୟତକୁ ଆଧାର କରି ସହଯୋଗିତାକୁ ବଢାଇଥାଏ । ଭାରତୀୟ ଅନୁସନ୍ଧାନକାରୀଙ୍କ ପାଇଁ ଏହା ନବସୃଜନ, ଅନ୍ତର୍ଭୂକ୍ତିକରଣ ଏବଂ ନୈତିକ ଉତ୍କର୍ଷ ଅଟେ ।

ଏହାମଧ୍ୟ ପଢନ୍ତୁ : Student Exchange Programme: ସିଙ୍ଗାପୁର ଗଲେ 40 ଛାତ୍ରଛାତ୍ରୀ, ଡ୍ରୋନ ଓ ରୋବୋଟିକ୍ସ ବିଷୟରେ ନେବେ ତାଲିମ

ଶିଳ୍ପ, ଏକାଡେମୀ ଏବଂ ସମାଜରେ ଅବଦାନ ତଥା ଜୀବନକୁ ସହଜ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁସନ୍ଧାନ ମଧ୍ୟରେ ଉନ୍ନତ ସହଯୋଗର ଆବଶ୍ୟକତା ରହିଛି । ଏହି କନକ୍ଲେଭ ଯୁବ ଅନୁସନ୍ଧାନକାରୀଙ୍କୁ ଜ୍ଞାନ ବାଣ୍ଟିବା ତଥା ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଶୁଭାରମ୍ଭ ହୋଇଛି । ପ୍ରକାଶନ ସୁଯୋଗ ବିଷୟରେ ଜାଣିବା, ବିଶ୍ବ ପ୍ଲାଟଫର୍ମରେ ସେମାନଙ୍କର କାର୍ଯ୍ୟ ବିସ୍ତାର କରିବାର ନୂତନ ଉପାୟ ବିଷୟରେ ଜାଣିବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅନୁସନ୍ଧାନର ପୂର୍ଣ୍ଣ ସମ୍ଭାବନାକୁ ଜାଣିବା ପାଇଁ ଏହା ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ : ମିଳିବ ନୂତନ ଜ୍ଞାନ, ଜୈବବିବିଧତା ରକ୍ଷା ପାଇଁ ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ଉପରେ ଶିକ୍ଷା ପାଇବେ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details