ଓଡିଶା

odisha

ETV Bharat / state

ଆସନ୍ତାବର୍ଷ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ - ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ

୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ । ସେହିପରି ଧବଳେଶ୍ୱର ପୀଠର ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଡିପିଆର । ଆଗକୁ ପଢ଼ନ୍ତୁ

ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ
ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ

By ETV Bharat Odisha Team

Published : Dec 7, 2023, 10:05 PM IST

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ । ସେହିପରି ଧବଳେଶ୍ୱର ପୀଠର ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଡିପିଆର । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ।

୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବ ଧବଳେଶ୍ୱର ପୀଠର ଦ୍ୱିତୀୟ ପୋଲ ନିର୍ମାଣ କାର୍ଯ୍ୟ । ସେହିପରି ଧବଳେଶ୍ୱର ପୀଠରେ ଥିବା ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷାରୁ ଜଣାପଡିଛି । ତେବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀଶ୍ରୀ ଧବଳେଶ୍ୱର ପୀଠରେ ଥିବା ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବ୍‌ଶୀଘ୍ର ଡିପିଆର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେହିପରି କଣ୍ଟିଆ ନଦୀ ଉପରେ ଖୁଣ୍ଟୁଣି ବନ୍ଧରୁ ତୈଳମାଳ, ଗୋକୁଳପୁର ରାସ୍ତାର ପୋଲ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଖୁବଶୀଘ୍ର ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ । ଏଥି ସହିତ ଧବଳେଶ୍ୱର ପୋଲର ଭିଡ଼କୁ ହ୍ରାସ କରିବା ପାଇଁ ଧବଳେଶ୍ୱର ପୀଠରେ ଦ୍ୱିତୀୟ ପୋଲର ନିର୍ମାଣ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଦୟା ଜଳ ବିଶୁଦ୍ଧ ରଖିବାକୁ ପଦକ୍ଷେପ: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଆଠଗଡ଼ ବ୍ଲକର ରାଧାକୃଷ୍ଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଡ଼କ ସାହିରୁ ରାଧିକା ପଟିକା ରାସ୍ତାର ପୋଲ ନିର୍ମାଣ ଏବଂ ମହିଷାଲଣ୍ଡା-ମାଛପାଙ୍ଗି ଦୁଧିଆନାଳିଠାରୁ କରଞ୍ଜି ରାସ୍ତା ନିର୍ମାଣ ନିମନ୍ତେ କଟକ ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ଏବଂ ଯୋଜନା ଓ ସଂଯୋଜନ ବିଭାଗକୁ ପ୍ରସ୍ତାବ ଦିଆଯିବ । ବୈଠକରେ ଗୋଡ଼ିଝରିଆ-ଅଚଳକୋଟ, ରଘୁନାଥପୁରରୁ ହେମମାଳପୁର, ନୈମାଳିଆରୁ ବାଲିପୁର, ପିଡବ୍ଲୁ୍ୟଡି ରାସ୍ତାରୁ ନୂଆବନ୍ଧ ଏବଂ କଣ୍ଟିଣିଆରୁ ଗୋବରା ଭାୟା ଛଗାଁ ରେଲେୱ ଷ୍ଟେସନ ରାସ୍ତାର ଉନ୍ନତିକରଣ ନିମନ୍ତେ ମଧ୍ୟ ଆଲୋଚନା ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ରୁରାଲ ୱାକର୍ସର ଯନ୍ତ୍ରୀ ମୁଖ୍ୟ ସଂଜୀବ କୁମାର ମହାନ୍ତି, ବ୍ରିଜ ଓ ବିଲ୍ଡିଂର ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମୁଖ୍ୟଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ୍‌ ସମେତ ଆଠଗଡ଼ ଓ ତିଗିରିଆ ସବଡିଭିଜନର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details